Home ଜିଲ୍ଲା ପରିକ୍ରମା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ସ୍ୱତନ୍ତ୍ର ଅଭିଯାନ ଦିବସ ଆରମ୍ଭ, ବୁଥ ପରିଦର୍ଶନ ଓ ସମୀକ୍ଷା...

ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ସ୍ୱତନ୍ତ୍ର ଅଭିଯାନ ଦିବସ ଆରମ୍ଭ, ବୁଥ ପରିଦର୍ଶନ ଓ ସମୀକ୍ଷା କଲେ ଭୋଟର ତାଲିକା ପର୍ଯ୍ୟବେକ୍ଷକ

17

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାନୁୟାରୀ ୫ରେ ପ୍ରକାଶିତ ହେବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଅକ୍ଟୋବର ୨୭ ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ହେବାକୁ ଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟାର କାର୍ଯ୍ୟସୂଚୀ ଅନୁଯାୟୀ ନଭେମ୍ବର ୫ରେ ପ୍ରଥମ ସ୍ୱତନ୍ତ୍ର ଅଭିଯାନ ଦିବସ ଆରମ୍ଭ ହୋଇଛି । ଭୋଟର ତାଲିକାରେ ନୂତନ ଯୁବ ଭୋଟରଙ୍କ ନାମ ପଞ୍ଜିକରଣ, ମୃତକ ମାନଙ୍କ ନାମବାଦ୍ ବା ଅନ୍ୟାନ୍ୟ ସଂଶୋଧନ କାର୍ଯ୍ୟପାଇଁ ଜିଲ୍ଲାର ସମସ୍ତ ବୁଥ୍ ଖୋଲା ରହିଥିଲା । ଭଦ୍‌୍ରକ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ନିଦ୍ଦେ୍‌ର୍ଶକ ସରୋଜ କୁମାର ସାମଲ ଭଦ୍ରକ ଜିଲ୍ଲା ଗସ୍ତ କରି ଧାମନଗର ଓ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର କେତେକ ବୁଥ ପରିଦର୍ଶନ କରିଥିଲେ ଏବଂ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ର୍ରକ୍ରିୟାର କାର୍ଯ୍ୟାନ୍ୱୟନ ପରୀକ୍ଷା କରି ଠିକ୍ ଭାବେ ଚାଲିଥିବା ପ୍ରକାଶ କରିଥିଲେ । ସନ୍ଧ୍ୟାରେ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀଯୁକ୍ତ ସାମଲ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଯତ୍ନବାନ ହେବାକୁ ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ତତ୍ ସଂକ୍ରାନ୍ତୀୟ ପଦକ୍ଷେପ ନେବାକୁ ବୈଠକରେ ଉପସ୍ଥିତ ଜିଲ୍ଲାର ସମସ୍ତ ବି.ଡ଼ି.ଓ., ତହସିଲଦାର ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ।

ସଠିକ୍ ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ କରିବା, ସଠିକ୍ ଭାବେ ତଥ୍ୟ ନେଇ ମୃତକମାନଙ୍କ ନାମ ବାଦ୍ ଦେବା ଦିଗରେ ଦାୟିତ୍ୱବୋଧତାର ସହ କାର୍ଯ୍ୟକଲେ ପୁରୁଷ, ମହିଳା ଭୋଟର ଅନୁପାତ, ଲୋକସଂଖ୍ୟ ଓ ଭୋଟର ସଂଖ୍ୟା ଅନୁପାତ ସଠିକ୍ ଭାବେ ପ୍ରତିଫଳିତ ହେବବୋଲି ସେ ପ୍ରକାଶ କରିଥିଲେ । ଦିବ୍ୟାଙ୍ଗ ଭୋଟରମାନଙ୍କ ତାଲିକା ପ୍ରସ୍ତୁତି, ସଂଶୋଧନ ପ୍ରକ୍ରିୟା ନେଇ ଜନସାଧାରଣ, ନୂତନ ଯୁବଭୋଟର ମାନଙ୍କ ସଚେତନତା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଦ୍ୱାରା ନିଆଯାଉଥିବା ପଦକ୍ଷେପ ସମ୍ବନ୍ଧରେ ମଧ୍ୟରେ ସମୀକ୍ଷା କରିଥିଲେ । ନିର୍ବାଚନୀ ବର୍ଷ ଥିବାରୁ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ସଂପୃକ୍ତ ଅଧିକାରୀମାନେ ଯଥେଷ୍ଟ ସଜାଗ ହେବାକୁ କହିଥିଲେ । ଉପଜିଳ୍ଲାପାଳ ମନୋଜ ପାତ୍ର କାର୍ଯ୍ୟବେକ୍ଷକଙ୍କ ବୁଥଗସ୍ତରେ ଉପସ୍ଥିତ ରହିବାସହ ସମୀକ୍ଷା ବୈଠକରେ ଜିଲ୍ଲାର ଭୋଟର ତାଲିକା ପ୍ରସ୍ତୁତି, ବୁଥ୍‌, ଭୋଟର ସଂଖ୍ୟା ସମ୍ବନ୍ଧୀୟ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଡେପୁଟୀ କଲେକ୍ଟର ନିର୍ବାଚନ ସାଗରିକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.