Home ଜିଲ୍ଲା ପରିକ୍ରମା ସ୍ୱତନ୍ତ୍ର ଭୋଟର ସଂଶୋଧନ ଓ ମତଦାନ କେନ୍ଦ୍ର ପୁର୍ନଗଠନ ନେଇ ରାଜନୈତି ଦଳର ପ୍ରତିନିଧିଙ୍କ ସହ...

ସ୍ୱତନ୍ତ୍ର ଭୋଟର ସଂଶୋଧନ ଓ ମତଦାନ କେନ୍ଦ୍ର ପୁର୍ନଗଠନ ନେଇ ରାଜନୈତି ଦଳର ପ୍ରତିନିଧିଙ୍କ ସହ ଜିଲାପାଳଙ୍କ ଆଲୋଚନା

17

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସରକାରଙ୍କ ନିର୍ବାଚନ କମିଶନର ଙ୍କ ନିର୍ଦ୍ଦେଶରେ ଭଦ୍ରକ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାଯ୍ୟାଳୟରେ ସ୍ୱତନ୍ତ୍ର ଭୋଟର ସଂଶୋଧନ ଏବଂ ମତଦାନ କେନ୍ଦ୍ର ପୁନର୍ଗଠନ ସମ୍ପର୍କିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କ ଆଲୋଚନା ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ (ରାଜସ୍ୱ) ସହିତ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ , ମୂଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତି,ଡେପୁଟି କଲେକ୍ଟର ନିର୍ବାଚନ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ସାଧାରଣ ନିର୍ବାଚନ ରେ ସ୍ୱଚ୍ଛ ନିରପେକ୍ଷ ତ୍ରୁଟି ଶୂନ୍ୟ ମୁକ୍ତ ଅବାଧ ହେବ । ଭୋଟର ତାଲିକାରେ ମୃତ ବ୍ୟକ୍ତିଙ୍କୁ ବାଦ ଦିଆଯିବ, ୧୮ ବର୍ଷରୁ ଅଧିକ ମତଦାତା ଙ୍କୁ ଏଥିରେ ଯୋଡାଯିବ ।ଦୁଇ କିଲୋମିଟର ଭିତରେ ମତଦାନ କେନ୍ଦ୍ର କରାଯିବା ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ରେ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୩ ଲକ୍ଷ ୧୨ ହଜାର ୫୦୦ ମତଦାତା ଥିବାବେଳେ ୧୩୨୬ ମତଦାନ କେନ୍ଦ୍ର ରହିଛି। ମାତ୍ର ଆଉ ୫୩୮ ନୂତନ ଭୋଟ କେନ୍ଦ୍ର ସ୍ଥାପନ ପାଈଁ ନିର୍ବାଚନ କମଶନରଙ୍କୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ରାଉତରାଏ କହିଥିଲେ। ଏହି ସଭାରେ ବିଭିନ୍ନ ରାଜନୈତିକ ଦଳର ଜିଲ୍ଲା ପ୍ରତିନିଧି ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.