Home ଜିଲ୍ଲା ପରିକ୍ରମା ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ନିମନ୍ତେ କର୍ମଶାଳା,ଶିଶୁଙ୍କୁ ଉତମ ବ୍ୟବହାର ଓ ଶିଶୁ ମିତ୍ର ପରିବେଶ...

ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ନିମନ୍ତେ କର୍ମଶାଳା,ଶିଶୁଙ୍କୁ ଉତମ ବ୍ୟବହାର ଓ ଶିଶୁ ମିତ୍ର ପରିବେଶ ସୃଷ୍ଟି କରିବା ପାଇଁ ପରାମର୍ଶ

0

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପୋଲିସ ସଭାଗୃହ ପରିସରରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବିଭାଗ ତରଫରୁ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ଓ ଅଂଶୀଦାର ପ୍ରମୁଖ ଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସମ୍ବିତ କୁମାର ମାଝୀ ଯୋଗଦାନ କରିଥିଲେ।ସମ୍ମାନିତ ଅତିଥି ରୂପେ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ,ଅନ୍ୟତମ ଅତିଥି ରୂପେ କିଶୋର ନ୍ୟାୟ ପରିଷଦ ର ସରକାରୀ ଅଭିଯୋକ୍ତା ଅଞ୍ଜୁ ରାଉତ,ଆଇନ ସେବା ପ୍ରାଧିକରଣ ର ଅତିରିକ୍ତ ସ୍ଥାୟୀ ଅଧିବକ୍ତା ଡ଼.ତାପସ କୁମାର ମହାନ୍ତି,ପୂର୍ବତନ ଜେଜେବି ସଦସ୍ୟ ଅଧିବକ୍ତା ବନମାଳୀ ଜେନା,ଜେଜେବି ସଦସ୍ୟ ବେଣୁଧର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଙ୍କ ତତ୍ୱାବଧାନରେ ଶିଶୁ ସୁରକ୍ଷା ୟୁନିଟ ର ବରିଷ୍ଠ ଆଇନ୍ ଅଧିକାରୀ ସୁବ୍ରତ ଦାସ ଙ୍କ ମଂଚ ସଂଯୋଜନା ରେ ବିଷୟ ବିଶାରଦ ରୂପେ ପୂର୍ବତନ ଶିଶୁକଲ୍ୟାଣ ସମିତି ,ଅନୁଗୁଳ ର ଅଧ୍ୟକ୍ଷ କଲ୍ୟାଣ କିଶୋର ମହାନ୍ତି ଯୋଗଦାନ କରି ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ଓ ବିଭିନ୍ନ ଅଂଶୀଦାର ମାନଙ୍କ ପାଇଁ କିଶୋର ନ୍ୟାୟ ବ୍ୟବସ୍ଥା ରେ ଶିଶୁ ମାନଙ୍କ ପାଇଁ ପ୍ରାବଧାନତା ସମ୍ପର୍କରେ ଆଲୋକପାତ କରିଥିଲେ।ଶିଶୁ ଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରିବା ସହ ତାଙ୍କ ପାଇଁ ଶିଶୁ ମିତ୍ର ପରିବେଶ ସୃଷ୍ଟି କରିବାପାଇଁ ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ କହିଥିଲେ।ସେହିପରି ବିଭିନ୍ନ ଥାନା ର ଶିଶୁ ମଙ୍ଗଳ ଅଧିକାରୀ,ଉପ କାରାଗର ,ରେଳ ବିଭାଗ ର ପୋଲିସ ଅଧିକାରୀ, ପ୍ୟାନେଲ ଅଧିବକ୍ତା,ବିଭିନ୍ନ ପରାମର୍ଶଦାତା , ସଖୀ ସେଂଟର,ଶକ୍ତି କେନ୍ଦ୍ର ,ଚାଇଲ୍ଡ ହେଲ୍ପ ଲାଇନ ର କର୍ମକର୍ତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।ଶିଶୁ ମାନଙ୍କ ପାଇଁ ଆଇନ ର ବ୍ୟବସ୍ଥା,ଆଇନ୍ ସହ ଦ୍ୱନ୍ଦରେ ଥିବା ଶିଶୁ ଙ୍କୁ କିପରି ସାମାଜିକ ସ୍ରୋତରେ ସାମିଲ କରାଯାଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରିଣୀ (ଅଣ-ଆନୁଷ୍ଠାନିକ) ସ୍ୱାଗତିକା ବାରିକ୍‌, ସୁବାଶିଷ ମିଶ୍ର,କୁଲଦୀପ ଜେନା,ଦମୟନ୍ତୀ ଦାଶ ସମେତ ଚାଇଲ୍ଡ ଲାଇନ ର ଟିମ୍ ସଦସ୍ୟ ଲକ୍ଷ୍ମୀକାନ୍ତ ସେଠୀ, ଚନ୍ଦ୍ରକାନ୍ତ ଗୋଚ୍ଛାୟତ,ପରାମର୍ଶ ଦାତା ଲକ୍ଷ୍ମଣ ଜେନା, ପରିଦର୍ଶକ ଦିଗ୍ ବିଜୟ ମହାନ୍ତି, କାହୁଁ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ବିଭିନ୍ନ ପ୍ରଶ୍ନୋତର କାର୍ଯ୍ୟକ୍ରମ ପରେ ଶ୍ରୀମତୀ ବାରିକ୍ ଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.