Home କୋରାପୁଟ ସ୍ୱଛତା ହିଁ ସେବା ଅଭିଯାନରେ ବର୍ଜ୍ୟପ୍ଲାଷ୍ଟିକ ସଂଗ୍ରହ

ସ୍ୱଛତା ହିଁ ସେବା ଅଭିଯାନରେ ବର୍ଜ୍ୟପ୍ଲାଷ୍ଟିକ ସଂଗ୍ରହ

111

କୋରାପୁଟ ୧୬-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ପୂର୍ତ ଡିଭିଜନର କର୍ମଚାରୀମାନେ ସ୍ୱଛତା ହିଁ ସେବା ଅଭିଯାନ ଆନୁକୁଲ୍ୟରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲ ପରିସରରେ ପଡିଥିବା ବର୍ଜ୍ୟପ୍ଲାଷ୍ଟିକ ସଂଗ୍ରହ କରିଥିଲେ।ଏହା ଅକ୍ଟୋବର ମାସ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଲୋକମାନଙ୍କୁ ପ୍ଲାଷ୍ଟିକ ବ୍ୟବହାରର କୁପରିଣାମ ସଂପର୍କରେ ସଚେତନତା କରାଇବା ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ନିର୍ବାହୀ ଯନ୍ତ୍ରୀ କିଶୋର କୁମାର ନନ୍ଦ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ମଧୁସ୍ମିତା ସାମଲ,  ସହକାରୀ ଯନ୍ତ୍ରୀ ଶରତଚନ୍ଦ୍ର ପାତ୍ର ଓ ବ୍ରହ୍ମାନନ୍ଦ ରଥ,  ଠିକାଦାର ସନ୍ତୋଷ ଦାସ,  ଦେବାନନ୍ଦ ବେହେରା ଓ ବୋରୁନେ୍ଦ୍ର ସାହୁ,  ହସପିଟାଲ ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇ, ଭେଷଜବିଭାଗର ଭାରପ୍ରାପ୍ତ ମୁଖ୍ୟ ଡାକ୍ତର ରାମଚନ୍ଦ୍ର ସେଠୀ ମ୍ୟାନେଜର ଶୁଭେନ୍ଦୁ ପଣ୍ଡା, ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖଙ୍କ ସହ ପୂର୍ତ ବିଭାଗର ଅନେକ କର୍ମଚାରୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.