Home ଜିଲ୍ଲା ପରିକ୍ରମା ସ୍ମୃତି ସଭା

ସ୍ମୃତି ସଭା

129

ପୁରୀ, ୩୦/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଏକ ୱେବ ଚ୍ୟାନେଲର ପ୍ରତିନିଧି ଜୟ କୃଷ୍ଣଦାସଙ୍କ ପିତା ଜଗବନ୍ଧୁ ଦାସଙ୍କ ଦଶାହ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏହି ସ୍ମୃତି ସଭାରେ ସାମ୍ବାଦିକ ସଞ୍ଜୟ କୁମାର ଅଗ୍ରଓାଲ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସରୋଜ ମିଶ୍ର ଓ ଶଙ୍କର ବେହେରା ଙ୍କ ସମେତ ବିଶିଷ୍ଟ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ସ୍ୱର୍ଗତ ଦାସ ଙ୍କ ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ଦାସ ଜଣେ ଆମାୟିକ ବନ୍ଧୟ ବତ୍ସଳ ଓ ଧର୍ମ ପରାୟଣ ବ୍ୟକ୍ତିଭାବେ ଉକ୍ତ ଅଂଚଳରେ ବେଶ ଜଣାଶୁଣା ଥିଲେ। ତାଙ୍କର ବିୟୋଗରେ ଉକ୍ତ ଅଂଚଳ ବାସୀ ଜଣେ ସ୍ନେହୀ, ଦରଦି ବ୍ୟକ୍ତିଙ୍କୁ ହରାଇଲା ବୋଲି ବକ୍ତାମାନେ କହିଥିଲେ। ସ୍ୱର୍ଗତ ଆତ୍ମା ର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। କୋଭିଡ୍‌-୧୯ ଆଇନ କୁ ମାନି ସାମାଜିକ ଦୂରତା ରକ୍ଷା କରି ଏହି ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ଦାସ ଙ୍କ ଜ୍ୟେଷ୍ଠ ପୁତ୍ର ଜୟକୃଷ୍ଣ ଦାସ ଓ ନୀଳକଣ୍ଠ ଦାସ ଙ୍କ ସମେତ ପରିବାର ଓ ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.