Home ଜିଲ୍ଲା ପରିକ୍ରମା ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା – ନିରୁପମା ଜେନା ଥିଲେ ଆଦର୍ଶ ଶିକ୍ଷୟିତ୍ରୀ ଓ ଦୃଢ଼ମନା ମହିୟସୀ...

ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା – ନିରୁପମା ଜେନା ଥିଲେ ଆଦର୍ଶ ଶିକ୍ଷୟିତ୍ରୀ ଓ ଦୃଢ଼ମନା ମହିୟସୀ ମହିଳା

105

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ବଙ୍କ ୟୁ.ଜି. ଏମ୍‌.ଇ. ସ୍କୁଲର ପୂର୍ବତନ ଶିକ୍ଷୟିତ୍ରୀ ୰ ନିରୁପମା ଜେନାଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ ତାଙ୍କୁ ଜଣେ ଆଦର୍ଶ, ନିଷ୍ଠାପର, ସ୍ପଷ୍ଟବାଦୀ, ଦୃଢ଼ମନା, ସ୍ନେହୀ ମହୀୟସୀ ମହିଳା ଭାବେ ଅଭଦିତ କରି ତାଙ୍କର ସ୍ମୃତିଚାରଣ କରିଥିଲେ। ଭଦ୍ରକ ବାର୍ ର ବରିଷ୍ଠ ଅଧିବକ୍ତା ନିରାକାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସ୍ମୃତି ସଭାରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ଶିକ୍ଷୟିତ୍ରୀ ତଥା ତାଙ୍କର ସହକର୍ମୀ ଅନୁପମା ମହାପାତ୍ର, ପୂର୍ବତନ ଏସ୍‌.ଆଇ ଉଦୟ ନାଥ ମହାନ୍ତି, ଡାକ୍ତର ହରେକୃଷ୍ଣ ନାୟକ ପୂର୍ବତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହରମୋହନ ଜେନା ତାଙ୍କର ୩ ଦଶନ୍ଧି ଶିକ୍ଷକତା ଅବଧିରେ ଅନନ୍ୟ ଏବଂ ଉତ୍ସର୍ଗୀକୃତ ଶିକ୍ଷାଦାନ ପ୍ରଣାଳୀ ଅନେକ ଛାତ୍ରଛାତ୍ରୀ ମାନଙ୍କୁ କେବଳ ଆକୃଷ୍ଟ କରୁନଥିଲା ଅଧିକନ୍ତୁ ଅଭିଭାବକ ମାନଙ୍କୁ ଉତ୍‌ପ୍ରେରିତ କରୁଥିଲା ବୋଲି ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟସିଂହ ନାୟକ, ଶ୍ରୀହର୍ଷ ସ୍ୱାଇଁ, ପ୍ରତାପ ନାୟକ, ଅମର ପାଣିଗ୍ରାହୀ, ଅଶୋକ ନାୟକ, ଗଗନ ରାଉତ, ରମେଶ ଦାସ, ଅଟଳ ବିହାରୀ ନାୟକ, ନିରଞ୍ଜନ ପାଣି ପ୍ରମୁଖ ସ୍ୱର୍ଗୀୟା ଜେନାଙ୍କୁ ମହିଳା ସଶକ୍ତିକରଣର ପ୍ରକୃଷ୍ଟ ଉଦାହରଣ ବୋଲି ପ୍ରକାଶ କରିବା ସହିତ ତାଙ୍କ ସଂଘର୍ଷ ମୟ ଜୀବନ କାହାଣୀର ଅବତାରଣା କରିଥିଲେ।

ସତୁରୀ ଦଶକର ମଧ୍ୟଭାଗରେ ମହିଳାମାନେ ଚାକିରୀ କରିବାକୁ ସଂକୋଚ ମଣୁଥିବା ବେଳେ ସେ ନିଜେ ଉଚ୍ଚ ଶିକ୍ଷିତା ହୋଇ ଶିକ୍ଷୟିତ୍ରୀ ଭାବେ ବଙ୍କ ୟୁଜି.ଏମ୍‌. ସ୍କୁଲରେ ଯୋଗ ଦେଇ ଦୀର୍ଘ ୩ ଦଶନ୍ଧି ଧରି ଶିକ୍ଷାଦାନ କରି ଭଦ୍ରକ ସହରରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ନିଜର ପାରିବାରିକ ସମସ୍ୟାକୁ ଦୃଢ଼ଭାବେ ମୁକାବିଲା କରି ନିଜର ପିଲାମାନଙ୍କୁ ସେ ସମାଜରେ ପ୍ରତିଷ୍ଠିତ କରାଇବାରେ ସକ୍ଷମ ହୋଇଥିଲେ। ତାଙ୍କର ସଂଘର୍ଷ କରିବାର ମାନସିକତା ଶିକ୍ଷାଦାନର କୌଶଳ ତାଙ୍କର ସହକର୍ମୀ ମାନଙ୍କୁ ଅନୁପ୍ରାଣୀତ କରିଥିଲା। ଭଦ୍ରକ ସହରରେ ସେ ସମୟରେ ଅଗ୍ରଣୀ ସ୍କୁଲ ଭାବେ ବିବେଚିତ ବଙ୍କ ୟୁ.ଜି.ଏମ୍‌.ଇ. ସ୍କୁଲରେ ଶିକ୍ଷାଦାନ କରି ସୁନାମ ଅର୍ଜନ କରିବା ସହ ତାଙ୍କର ସରଳତା, ସ୍ନେହପରାୟଣତା ଛାତ୍ର ଛାତ୍ରୀମାନଙ୍କୁ ପ୍ରଭାବିତ କରିପାରୁଥିଲା। ଆଜି ତାଙ୍କର ଅନେକ ଛାତ୍ରଛାତ୍ରୀମାନେ ସମାଜରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ। ପ୍ରକାଶ ଯୋଗ୍ୟ କି ଗତ ୪ ତାରିଖରେ ତାଙ୍କର ମୃତ୍ରୁ ଘଟିଥିଲା। ସଭାର ପ୍ରାରମ୍ଭରେ ଅମର ଆତ୍ମାର ସଦ୍‌ଗତି ଉଦ୍ଦେଶ୍ୟରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଏହି ସ୍ମୃତି ସଭାର ସଫଳତା ପାଇଁ ତାଙ୍କ ସୁଯୋଗ୍ୟ ପୁତ୍ର ଆଶୁତୋଷ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ। ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.