Home କୋରାପୁଟ ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

53

କୋରାପୁଟ ୬/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ସୁନାବେଡା ପୌର ପରିଷଦ ୨୩ ନଂ ୱାର୍ଡ ଅଧିନସ୍ଥ ସେମିଳିଗୁଡା ଆମ୍ବେଦକର ନଗର ନିକଟ ପଡ଼ିଆରେ ସ୍ମାର୍ଟ ପାର୍କର ନିର୍ମାଣ କରିବା ପାଇଁ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡ଼ାଲ ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି। ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଏହି ଅଂଚଳରେ ପାର୍କ ପାଇଁ ରହିଥିବା ଅପେକ୍ଷାର ଅନ୍ତ ଘଟିବା ସହ ଏହି ପାର୍କର ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରାଥମିକ ସ୍ତରରେ ଏକ କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯାଇଛି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରି ଭୁୟସୀ ପ୍ରଶଂସା କରିଥିଲେ। ଏହି ସ୍ମାର୍ଟ ପାର୍କର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବ ଏବଂ ଏହି ପାର୍କ ନିର୍ମାଣ ହେବା ଦ୍ୱାରା ଉକ୍ତ ୱାର୍ଡ ଅଧିନ ଆମ୍ବେଦକର ନଗର, ଗାନ୍ଧୀ ନଗର ସାଲିମ ନଗର ଏବଂ ଆଲମ ଗୁଡା ଭଳି ଆଖ ପାଖ ଅଂଚଳର ଛୋଟ ବଡ଼ ପିଲାଙ୍କ ଠାରୁ ଆରମ୍ଭ କରି ସମସ୍ତ ନଗର ବାସୀ ଖେଳ କୁଦ କରି ମନୋରଞ୍ଜନର ବେଶ ଫାଇଦା ପାଇ ପାରିବେ। ଆଗାମୀ ଦିନରେ ପୌର ପରିଷଦର ବିକାଶ ମୁଖୀ ଦିଗ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ଅଞ୍ଚଳକୁ ସୌନ୍ଦର୍ଯ୍ୟ କରଣରେ ସାମିଲ କରାଯିବ ବୋଲି କୋରାପୁଟ ବିଧାୟକ ଶ୍ରୀ ପଡ଼ାଲ କହିଥିଲେ। ଏହି ପାର୍କ ହେବା ପାଇଁ ଅଞ୍ଚଳର କାଉନସିଲର ଦୟା କୂଳଦୀପ, ଜ୍ୟୋତି କୂଳଦୀପ ଦୀର୍ଘ ଦିନ ଧରି ଦାବି ଉପସ୍ଥାପନ କରିଥିଲେ। ଆଜି କାର୍ଯ୍ୟକ୍ରମରେ ସୁନାବେଡା ପୌରାଧ୍ୟକ୍ଷ ଡ଼ ରାଜେନ୍ଦ୍ର କୁମାର ପାତ୍ର, ଉପାଧ୍ୟକ୍ଷା ଶ୍ରୀମତୀ ଋତୁ କଣ୍ଟା, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଗୋବିନ୍ଦ ଦଣ୍ଡସେନା, ଗୋଷ୍ଠି ସଂଯୋଜକ ଶ୍ରୀ ଚିତ୍ତରଞ୍ଜନ ସାହୁ, ବିଜେଡି ଯୁବ ନେତା ଅଶୋକ, ଈଶ୍ୱର ଆଲ୍ଲାଡା ସମେତ ପୌର ପରିଷଦର ଅନ୍ୟ ସମସ୍ତ ପାର୍ଷଦ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.