Home ଜିଲ୍ଲା ପରିକ୍ରମା ସ୍ନାୟୁଗତ ଭିନ୍ନକ୍ଷମ ରୋଗୀଙ୍କୁ ସରକାରୀ ସାହାଯ୍ୟ ସାତସପନ

ସ୍ନାୟୁଗତ ଭିନ୍ନକ୍ଷମ ରୋଗୀଙ୍କୁ ସରକାରୀ ସାହାଯ୍ୟ ସାତସପନ

11

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନର ଚରମ ଅବହେଳାରୁ ଦୀର୍ଘ ବର୍ଷ ବର୍ଷ ଧରି ସ୍ନାୟୁଗତ ରୋଗରେ ପିଡୀତ ଜଣେ ରୋଗୀଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଂଚିତ ହେବାକୁ ପଡିଛି । ଧାମରା ପଂଚାୟତ ଝାଡକଟା ଗ୍ରାମର ମୁନା ମାଇତି(୧୦) ୨୦୧୫ ମସିହାରେ ଜନ୍ମ ଗ୍ରହଣ କରିବା ଠାରୁ ସ୍ନାୟୁବିକ ରୋଗରେ ପିଡୀତ । ଜନ୍ମରୁ ସେ ଏହି ରୋଗରେ ପିଡୀତ ହୋଇଥିବା ବେଳେ ଦିନକୁ ଦିନ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରେ ସେ ଜଡିତ ହୋଇ ପଡୁଛି ଏପରିକି ନିଜ କାର୍ଯ୍ୟ ନିଜେ ମଧ୍ୟ ତୁଲାଇବା କଷ୍ଟକର ହୋଇ ପଡୁଥିବା ବେଳେ ମୁନାର ବାପା ଜଣେ ଦିନ ମଜୁରିଆ ପର ଘରେ ପାଇଟି ନ କଲେ ନିଜ ଘରେ ଚୁଲି ଜଳିବା ମଧ୍ୟ କଷ୍ଟ ଏଥିସହ ନିଜ ଘରେ ନିଜର ପରିବାରକୁ ୩ଓଳି ଖାଦ୍ୟ ଦେବା ମଧ୍ୟ ସମ୍ଭବ ହୋଇପାରୁ ନାହିଁ । ଏପରି ସ୍ଥଳରେ କିପରି ସଂପୃକ୍ତ ପିଲାର ବାପା ନିଜର ପୁଅକୁ ନେଇ ମେଡିକାଲରେ ଚିକିତ୍ସା କରିବା ତାହା ପ୍ରଶ୍ନବାଚୀ ହୋଇ ପଡିଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ମୁନା କୁ ୨ବର୍ଷ ତଳେ ୪୫ଶତକଡା ସ୍ଥାୟୀ ଭିନ୍ନକ୍ଷମ ପ୍ରମାଣ ପତ୍ର ଦିଆଯାଇଛି ଏହି ପ୍ରମାଣ ପତ୍ରରେ ତାଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ମିଳି ପାରୁ ନାହିଁ । ଦୀର୍ଘ ୨ବର୍ଷ ହେବ ମୁନାର ପରିବାର ଏ ନେଇ ଭଦ୍ରକ ଜିଲ୍ଲାପାଳ, ଚାନ୍ଦବାଲି ବିଡିଓ ଙ୍କୁ ଦେଖାକରି ସରକାରୀ ସାହାଯ୍ୟ ପାଇଁ ବହୁ ଅନୁନୟ ବିନୟ ହୋଇଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରୁ ନାହାନ୍ତି । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଏହି ଭିନ୍ନକ୍ଷମ ବାଳକଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବୀ ହୋଇଛି । ଏନେଇ ଚାନ୍ଦବାଲି ବିଡିଓ ଅସିତ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ମୁନା ମାଇତିକୁ ସବୁ ପ୍ରକାର ସରକାରୀ ସାହଯ୍ୟ ଯଥା ଭତା ଏବଂ ଚାଉଳ ପାଇଁ ଦରଖାସ୍ତ କଲେ ଅଗ୍ରାଧିକାର ଭିତିରେ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.