Home ଓଡ଼ିଶା ସ୍ଥାୟୀ ପଟ୍ଟା ଦେବାପାଇଁ ଡ୍ରୋନ କ୍ୟାମେରା ବ୍ୟବସ୍ଥା

ସ୍ଥାୟୀ ପଟ୍ଟା ଦେବାପାଇଁ ଡ୍ରୋନ କ୍ୟାମେରା ବ୍ୟବସ୍ଥା

107

ନୟାଗଡ଼, ୨୧ା୩:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ସହରର ରାମେସ୍ୱରସାହି, ଜବରଦସ୍ତପାଟଣା, ଜଜାଙ୍ଗିସାହି ଆଦି ସ୍ଥାନରେ ଗଢି ଉଠିଥିବା ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ଦେବାପାଇଁ ସରକାରୀ ନିର୍ଦ୍ଦେଶ ମିଳିଥିବା ଜଣାପଡ଼ିଛି। ଏହି ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରିବାପାଇଁ ବସ୍ତିରେ ଡ୍ରୋନ କ୍ୟାମେରା ବ୍ୟବସ୍ଥା କରାଯାଇଛି। ଏହି ଡ୍ରୋନ କ୍ୟାମେରା ଦ୍ୱାରା ସର୍ଭେ କରି ଚିହ୍ନଟ କରିବା ପରେ ସ୍ଥାୟୀ ପଟ୍ଟା ଦିଆଯିବ। ପ୍ରତ୍ୟେକ ବସ୍ତି ବାସିନ୍ଦାଙ୍କୁ ୬୪୨ ସ୍କୋୟାର ଫୁଟ ଜାଗା ଦିଆଯିବା ସହ ଘର ନିର୍ମାଣ ପାଇଁ ୨ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଦିଆଯିବ। ଏଥିପାଇଁ ଏକ କମିଟି ଗଢାଯାଇ କମିଟି ମାଧ୍ୟମରେ ସବୁ ଉନ୍ନୟନ କାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.