Home କେନ୍ଦୁଝର ସ୍ଥାନ ସଂରକ୍ଷଣକୁ ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ

ସ୍ଥାନ ସଂରକ୍ଷଣକୁ ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ

72

ହାଟଡ଼ିହି, ୧୦/୧ : (ଓଡିଆପୁଅ/ ବିକାଶ ବିଶ୍ୱାଳ) ଆନନ୍ଦପୁର ଉପଖଣ୍ଡରେ ପଞ୍ଚାୟତ ନିର୍ବାଚନରେ ହୋଇଥିବା ସ୍ଥାନ ସଂରକ୍ଷଣକୁ ନେଇ ୩୪ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ସେ ଏନେଇ ସେ ରାଜ୍ୟପାଳଙ୍କୁ ପତ୍ରଲେଖି ସଂରକ୍ଷଣରେ ହୋଇଥିବା ଅନିୟମିତତାକୁ ତୁରନ୍ତ ବନ୍ଦ ରଖିବାକୁ ନିବେଦନ କରିଛନ୍ତି । ସେ ଲେଖିଥିବା ପତ୍ର ଅନୁଯାଇ ଆସନ୍ତା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆନନ୍ଦପୁର ଉପଖଣ୍ଡର ଅନୁସୁଚିତ ଜନଜାତିର ଲୋକମାନଙ୍କୁ ସରପଞ୍ଚ ପଦବୀରୁ ବଞ୍ଚିତ କରାଯାଇଛି । ସରକାରଙ୍କ ଏଭଳି ମନମୁଖି ନିଷ୍ପତି ବିରୁଦ୍ଧରେ ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି । ତାଙ୍କ ସୁଚନା ଅନୁଯାଇ ୨୦୧୧ ଜନଗଣନା ଅନୁସାରେ ଆନନ୍ଦପୁର ଉପଖଣ୍ଡରେ ମୋଟ ୭୪ଟି ପଞ୍ଚାୟତ ଥିବାବେଳେ ଏହାର ଜନସଂଖ୍ୟା ୪୨୨୨୪୯ । ଲୋକସଂଖ୍ୟା ଆଧାରରେ ଆଦିବାସୀ ମାନଙ୍କ ପାଇଁ ୨୦ଟି ପଞ୍ଚାୟତର ସରପଞ୍ଚ ପଦବୀ ସଂରକ୍ଷିତ ରହିବା କଥା । ୧୯୯୭ ମସିହାରୁ ଯେବେଠାରୁ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ ହେଲାଣି ବିଧାନସଭା ଦ୍ୱାରା ପ୍ରଣିତ ଆଇନ ଅନୁସାରେ ଅନୁସୁଚିତ ଜନଜାତି, ଅନୁସୁଚିତ ଜାତିଙ୍କ ପାଇଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ ଆଦି ରୋଟେସନ ଅନୁଯାଇ ସଂରକ୍ଷଣ କରାଯାଇଥାଏ । ଏପରିକି ଚଳିତ ନିର୍ବାଚନ ପାଇଁ ବାହାରିଥିବା ୪ଟି ନୋଟିଫିକେସନରୁ ୩ଟିରେ ଆଦିବାସୀ ମାନଙ୍କ ପାଇଁ ସରପଞ୍ଚ ସମିତିସଭ୍ୟ ପଦବୀ ସଂରକ୍ଷିତ ରଖାଯାଇଥିବାବେଳେ ପରବର୍ତ୍ତୀ ନୋଟିଫିକେସନରେ ରାତାରାତି ଆନନ୍ଦପୁର ଉପଖଣ୍ଡର ସମସ୍ତ ପଞ୍ଚାୟତରୁ ଆଦିବାସୀ ମାନଙ୍କୁ ସରପଞ୍ଚ ସଂରକ୍ଷଣ ତାଲିକାରୁ ବାଦ କରିଦେଲେ । ଏହା ସମ୍ପୁର୍ଣ୍ଣ ଅଣସାମ୍ବିଧାନିକ ଓ ବେଆଇନ ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଆଦିବାସୀ ମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ସଂରକ୍ଷଣକୁ ପୁନର୍ବାର ଫେରାଇ ଦିଅନ୍ତୁ । ନଚେତ ସରକାର ଆଦିବାସୀ ମାନଙ୍କର ରୋଷର ଶୀକାର ହେବେ ବୋଲି ସେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.