Home ଓଡ଼ିଶା ସ୍ତ୍ରୀ କୁ ଥାନା ଭିତରେ ସ୍ୱାମୀର ମରଣାନ୍ତକ ଆକ୍ରମଣ

ସ୍ତ୍ରୀ କୁ ଥାନା ଭିତରେ ସ୍ୱାମୀର ମରଣାନ୍ତକ ଆକ୍ରମଣ

199

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୦୬- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀ ନିଜ ଜୀବନ ରକ୍ଷା ପାଇଁ ଚାନ୍ଦପୁର ଥାନା ଭିତର କୁ ଦୈଡି ଦୈଡ ପଶିବା ପରେ ଉକ୍ତକ୍ୟ ସ୍ୱାମୀ ଥାନା ଭିତରେ ପଶି ସ୍ତ୍ରୀ କୁ ମରଣାନ୍ତକ ଆକ୍ରମଣ କରିବା ସହ ଥାନା ରେ ଥିବା ଜଗୁଆଳି କୁ ମଧ୍ୟ ଆକ୍ରମଣ କରିଥିଲେ । ସ୍ତ୍ରୀ କୁ ଥାନା ଭିତରେ ଜୀବନ ରେ ମାରି ଦେବାକୁ ଉଦ୍ୟମ କଲାବେଳେ ଅନ୍ୟ ପୋଲିସ ବଳ ମାନେ ସ୍ୱାମୀ କୁ କାବୁ କରିନେଇ ସ୍ତ୍ରୀ କୁ ଉଦ୍ଧାର କରିଥିଲେ । ଘଟଣା ରୁ ପ୍ରକାଶ ଚାନ୍ଦପୁର ର କୁନି ମହାରଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗଳାଯୋଡି ଗ୍ରାମର ଶୁସାନ୍ତ ମହାରଣା ଙ୍କୁ ଦୁଇ ବର୍ଷ ତଳେ ବିବାହ କରିଥିଲେ । ଶୁସାନ୍ତ ମହାରଣା ଚିଲିକା ରେ ଅସ୍ଥାଇ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି ।

ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଥିବା ବେଳେ ସୁଶାନ୍ତ ମହାରଣା ଙ୍କ ପରିବାର ତରଫରୁ ଯୈାତୁକ ଜନିତ ନିର୍ଜ୍ୟାତନା ହେବାରୁ କୁନି ମହାରଣା ନିଜ ବାପ ଘରକୁ ଚାଲିଆସି ଟାଙ୍ଗୀ ଥାନା ରେ ଏକ ଯୈାତୁକ ଜନିତ ମାମଲା କରୁଜୁ କରିଥିଲେ । କିନ୍ତୁ ଗତ ଜୁନ୍ ୯ ତାରିଖ ଅପରାହ୍ନ ରେ ଶୁସାନ୍ତ ମହାରଣା କୁନି ମହାରଣା ଙ୍କ ଘରକୁ ଆସି ଜନ୍ମିତ ପୁତ୍ର ସନ୍ତାନ କୁ ଛଡାଇ ନେବାକୁ ଉଦ୍ୟମ କରିଥିଲେ । ତେଣୁ କୁନି ମହାରଣା ପୁତ୍ର ସନ୍ତାନ କୁ ଧରି ଚାନ୍ଦପୁର ଥାନା ଭିତରକୁ ଦଉଡି ଦଉଡି ଆସିଥିଲେ । ପଛେ ପଛେ ଚାଙ୍କ ସ୍ୱାମୀ ସୁଶାନ୍ତ ମହାରଣା ଥାନା ଭିତର କୁ ଆସି ମହିଳା ଙ୍କୁ ଆକ୍ରମଣ କରିଥିଲେ । ପୋଲିସ ସ୍ତ୍ରୀ କୁ ହତ୍ୟା ଉଦ୍ୟମ ଅଭିଯୋଗ ନେଇ ସୁଶାନ୍ତ ମହାରଣା ଙ୍କୁ ବିଳମ୍ବିତ ସଂଧ୍ୟ୍ୟା ରେ ରଣପୁର କୋର୍ଟ କୁ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତର ଜାମିନ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ରଣପୁର ଜେଲ୍ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.