ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦୋବଲ ଗ୍ରାମର ଜୈନିକା ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ଦେବାସହିତ ସ୍ୱାମୀ ଏବଂ ତାଙ୍କ ସାଂଗମାନେ ମିଶି ସ୍ତ୍ରୀର ଯୌନାଙ୍ଗରେ ରଡ଼ପୁରାଇ ମାରିଦେବାପାଇଁ ଉଦ୍ଦ୍ୟମ କରୁଥିବାବେଳେ ଗୁରୁତର ଅବସ୍ଥାରେ ସ୍ତ୍ରୀ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଥାଉକି ଦୋବଲ ଗ୍ରାମର ଖୁର୍ସିଦା ବିବି ସେହି ଗ୍ରାମର ସେକ୍ ନସିମ୍ ଅକ୍ତର କାଦରୀକୁ ୫ବର୍ଷ ତଳେ ବିବାହ କରିଥିଲେ। ବିବାହ ର କେଇମାସପରେ ତାଙ୍କ ଚରିତ୍ରକୁ ସନ୍ଦେହ କରିବା ଓ ଯୌତୁକ ପାଇଁ ତାଙ୍କୁ ବିଭିନ୍ନ ସମୟରେ ମାଡ଼ମଧ୍ୟ ମରାଯାଉଥିଲା। ଏ ସମ୍ପର୍କରେ ଦୁଇଚାରିଥର ଭଦ୍ରଲୋକଙ୍କ ଦ୍ୱାରା ସମାଧାନ ମଧ୍ୟ ହୋଇଥିଲା। ସୋମବାର ସନ୍ଧ୍ୟାରେ ଖୁର୍ସିଦା ବିବିଙ୍କୂ ତାଙ୍କର ସ୍ୱାମୀ ଓ ଅନ୍ୟମାନେ ମିଶି ମାଡ଼ମାରିବା ସହ ତାଙ୍କର ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ କରିବା ସହ ଜୀବନରୁ ମାରିଦେବାପାଇଁ ଉଦ୍ଦ୍ୟମ କରିଥିଲେ। ଏପରିକି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଯୌନାଙ୍ଗରେ ମଧ୍ୟ ଆକ୍ରମଣ କରିଥିଲେ। ଫଳରେ ଖୁର୍ସିଦାଙ୍କ ଗଭୀର ରକ୍ତଶ୍ରାବ ହେବାରୁ ସେ ଅଚେତହୋଇ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଧାମନଗର ପରେ ଭଦ୍ରକ ଡ଼ାକ୍ତରଖାନାକୁ ନିଆଯାଇଥିଲା। ଏ ସମ୍ପର୍କରେ ଖୁର୍ସିଦାଙ୍କ ବାପା ଧାମନଗର ଥାନାରେ ଅଭିଯୋଗ କଲାପରେ ଧାମନଗର ଥାନା ଅଧିକାରୀ ଶ୍ରୀ ବଲ୍ଲଭସାହୁ କେସ ନଂ ୬୮/୨୨ରେ ଏକ ମାମଲା ରୁଜୁ କରିଥିଲେ ଏବଂ ଏହି ଘଟଣାର ଏସ୍ଆଇ ମୋନାଲିସା ପ୍ରଧାନଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ଶ୍ରୀମତୀ ପ୍ରଧାନ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।