Home ଅପରାଧ ସ୍ତ୍ରୀକୁ ପେଟ୍ରୋଲ ଢ଼ାଳି ଜାଳିଲା ସ୍ବାମୀ

ସ୍ତ୍ରୀକୁ ପେଟ୍ରୋଲ ଢ଼ାଳି ଜାଳିଲା ସ୍ବାମୀ

287

ଜଗତସିଂହପୁର,୨୬/୧୦,(ଓଡ଼ିଆ ପୁଅ ପି ନାୟକ): ଜଗତସିଂହପୁର ଜିଲ୍ଲା ସଦର ଥାନା ସାନ ତିହଡା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ ଜଣେ ସ୍ୱାମୀର ବର୍ବର କାଣ୍ଡ ଦେଖିବାକୁ ମିଳିଛି । ତେବେ ସୂଚନା ଅନୁସାରେ, ସଦର ଥାନା ବରାଗୋଳ ପଂଚାୟତ ସାନ ତିହଡ଼ା ଗାଁର ରୁଦ୍ର ପ୍ରସନ୍ନ ରାଉତ ୯ ବର୍ଷ ପୂର୍ବରୁ ଆମ୍ବ ଦରଡା ଗାଁର ପ୍ରଶାନ୍ତ ଖଟୁଆଙ୍କ ଝିଅ ରଶ୍ମିତାଙ୍କୁ ବିବାହ କରିଥିଲେ । ସବୁ କିଛି ଠିକ୍ ଚାଲିଥିଲା । ତେବେ କିଛି ଦିନ ପରେ ଚାକିରୀ ଛାାାାଡ଼ିଘରକୁ ଆସିିିଥିଲେ ରୁଦ୍ର । ପରେ ପ ଇସା ପତ୍ରର ଅଭାବ ଯୋଗୁଁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସମୟ ଝଗଡା ହେଉଥିଲା । ହେଲେ ଗତକାଲି ର ଏହି ଝଗଡା ଉଗ୍ର ରୂପ ନେଇଥିଲା । ପରେ ପିଶାଚ ସ୍ୱାମୀ ରାଗରେ ଜର୍ଜରିତ ହୋୋଇ ସ୍ତ୍ରୀ୍କୁ ପେଟ୍ରୋଲ ଢାଳି ଜାଳିଦେଇଛିି । ପରେ ନିଜେ ଥାନାରେ ଆତ୍ମସମର୍ପଣ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.