ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡିଜିଟାଲ ସଂସ୍କୃତିର ତୀବ୍ର ବିସ୍ତାର ଆଜି ଜୀବନର ପ୍ରତ୍ୟେକ ସ୍ତରକୁ ସ୍ପର୍ଶ କରିଛି। ଶିକ୍ଷା, ଚାକିରି, ବ୍ୟବସାୟ ଓ ଯୋଗାଯୋଗରେ ଏହା ଅପାର ସୁଯୋଗ ସୃଷ୍ଟିକରିବା ସହ ସମାଜ ଓ ଜୀବନ ପାଇଁ ନୂତନ ସମ୍ଭାବନାର ଦୁଆର ଖୋଲି ଦେଇଛି। ଏଥି ସହିତ ଗୋପନୀୟତା ହାନି, ତଥ୍ୟଭ୍ରମ, ମାନସ୍ତାତିକରେ ସଙ୍କଟ, ଶାରିରୀକ ସାମର୍ଥ୍ୟରେ କ୍ଷୟ ଓ ସାମାଜିକ ବିଯୋଗ ପ୍ରଭୃତିକୁ ନେଇ ଗଭୀର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ଡିଜିଟାଲ ଲାଭକୁ ସୁରକ୍ଷା କରିବା ସହିତ ଏହାର ବିପଦକୁ ନିୟନ୍ତ୍ରଣ କରିବା ଆଗାମୀ ସମୟର ସବୁ ଠାରୁ ବଡ଼ ଚାଲେଞ୍ଜ୍ ବୋଲି ବୁଧବାର ତ୍ୟାଗଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟାରେ “ଡିଜିଟାଲ ସଂସ୍କୃତି, ଆଶା ଓ ଆଶଙ୍କା” ଶୀର୍ଷକ ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର କାର୍ଯ୍ୟକାରୀ ସଭାପତି ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁଙ୍କ ପୌରୋହିତ୍ୟରେ ଆଜିର ମଂଚ ଏ ମାଟିର ସୁପୁତ୍ର ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ନାମରେ “ଉତ୍କଳ କେଶରୀ ମଂଚ ନାମରେ ଉତ୍ସର୍ଗୀକୃତ ହୋଇଥିଲା। ମୁଖ୍ୟ ବକ୍ତା ଭାବେ ‘ପ୍ରଗତିବାଦୀ’ର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଯୋଗଦେଇ ସକଳ ସଙ୍କଟର ପ୍ରସ୍ତାବନା ମଧ୍ୟରେ ଡିଜିଟାଲ ସଂସ୍କୃତି ମଣିଷକୁ ବିକାଶ ପଥରେ ଆଗେଇ ନେଉଛି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦୁର୍ଗା ଶଙ୍କର ଦାସ ଯୋଗଦେଇ ଲାଭ କ୍ଷତି ଯେତେ ହିସାବ କିତାବ ଚାଲିଲେ ମଧ୍ୟ ଡିଜିଟାଲ ଆମ ଜୀବନ ପାଇଁ ସମ୍ପ୍ରତି ଅପରିହାର୍ଯ୍ୟ ଅଙ୍ଗ ହୋଇ ସାରିଛି ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଯୋଗଦେଇ ବିଷୟ ଭିତିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ଦତାତ୍ରେୟ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୁର୍ଗା ଶଙ୍କର ଦାସ ମଂଚ ଆହ୍ୱାନ କରିଥିବା ବେଳେ ଅଧିବକ୍ତା ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥିମାନଙ୍କ ଦ୍ୱାରା ସହିଦ ସ୍ମୃତି ମାସଳରେ ପୁଷ୍ପ ମାଲ୍ୟ ଆରପନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ସଭାପତି ଅଜୟ ନାୟକ, ସମ୍ପାଦକ ଗଦାଧର ବଳ, ବାବୁଲାଲ ଦାସ, ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ଇଂ ଅଖିଳ ମୋହନ ପାଢି,ଇନ୍ଦ୍ରମଣି ପଣ୍ଡା, ଅଶୋକ ଦ୍ୱିବେଦୀ, ବସୁମିତ୍ରା ସାହୁ, ସାମ୍ବାଦିକ ପ୍ରତାପ ଦାସ, ନିରଞ୍ଜନ ବିଶ୍ୱାଳ, ସାମ୍ବାଦିକ ପ୍ରଦୀପ ମହାପାତ୍ର ଗୟାଧର ପଣ୍ଡା, ରମାକାନ୍ତ ପାଳ ପ୍ରମୁଖ ଯୋଗ ଦେଇଥିଲେ।
Home ଜିଲ୍ଲା ପରିକ୍ରମା ସ୍କ୍ରିନରେ ବଂଚୁଥିବା ଜୀବନର ଆଶା ଅନେକ, ଆଶଙ୍କା ଗଭୀର, ତ୍ୟାଗଭୂମି ମହୋତ୍ସବ ତୃତୀୟ ସନ୍ଧ୍ୟା







