Home ଜିଲ୍ଲା ପରିକ୍ରମା ସ୍କୁଲ ଅଟୋ ଓଲଟି ପଞ୍ଚମ ଶ୍ରେଣୀ ଛାତ୍ରୀର ମୃତ୍ୟୁ, ୩ ଆହତ

ସ୍କୁଲ ଅଟୋ ଓଲଟି ପଞ୍ଚମ ଶ୍ରେଣୀ ଛାତ୍ରୀର ମୃତ୍ୟୁ, ୩ ଆହତ

32

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୁଣିଥରେ ଏକ ଅଟୋରିକ୍ସା ଓଲଟି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଥିବାର ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଗତକାଲି ବାସୁଦେବପୁର ଯାଉଥିବା ଏକ ଘରୋଇ ମିନି ବସ୍ ସାବରଙ୍ଗ ନିକଟରେ ଓଲଟି ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ବାସୁଦେବପୁରରେ ୯ ଜଣ ଛାତ୍ରୀଙ୍କୁ ନେଇ ଯାଉଥିବା ଏହି ଅଟୋଟି ଓଲଟି ପଡିଥିଲା । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବାସୁଦେବପୁର ଶିଶୁବିହାର ଶିକ୍ଷାନୁଷ୍ଠାନର ଛୁଟି ପରେ ୯ ଜଣ ଛାତ୍ରୀଙ୍କୁ ଘରକୁ ନେଉଥିବା ଅଟୋଟି ମନ୍ଦାରୀ ହାଟସାହି ଛକ ଠାରେ ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଇଥିଲା । ଫଳରେ ଉକ୍ତ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର ହିମାନି ରାଉଳର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ଛାତ୍ରୀ ଆହତ ହୋଇଥିଲେ । ଆହତ ଛାତ୍ରୀଙ୍କୁ ସ୍ଥାନୀୟ ବାସୁଦେବପୁର ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ଏହି ଘଟଣାରେ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଅଟୋଟିକୁ ଜବତ କରାଯାଇ ତଦନ୍ତ ଚାଲୁ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.