ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ସ୍କୁଲ୍ କଲେଜ୍ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଆବାହକ ତଥା ଓଷ୍ଟା ଜିଲ୍ଲା ସମ୍ପାଦକ ପ୍ରଭାତ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଜିଲ୍ଲା ଓଷ୍ଟା କାର୍ଯ୍ୟାଳୟ ରୁ ବାହାରି ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଶିକ୍ଷକ ମାନଙ୍କର ବିଭିନ୍ନ ଦାବି ଗୁଡ଼ିକ ଯଥା ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ କଲେଜର କର୍ମଚାରୀମାନଙ୍କ ପାଇଁ ,ପେନସନ ଓ ଚାକିରି ସର୍ତାବଳୀ ଲାଗୁ, ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ ଗୁଡ଼ିକୁ ସରକାରୀକରଣ , ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ବରିଷ୍ଠତା ଓ ୬ଟି ନୋସନାଲ ଇନକ୍ରୀମେନ୍ଟ ପ୍ରଦାନ ,ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ୍ କଲେଜ୍ କୁ ଅନୁଦାନ ପ୍ରଦାନ ,ଅବସର ବୟସ ସୀମା ୬୦ରୁ ୬୨ ବର୍ଷ କୁ ବୃଦ୍ଧି ଆଦି ଦାବି ସମ୍ବଳିତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ,ଉଚ୍ଚ ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଆଇନ୍ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଙ୍କ ଉଦ୍ଦେଶ୍ୟ ରେ ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୪୦୦ ରୁ ଉର୍ଦ୍ଧ୍ୱ ଶିକ୍ଷକ ଧାରଣାରେ ବସିଥିଲେ। ଓଷ୍ଟା ଜିଲ୍ଲା ସଭାପତି ଶଶି ଶେଖର କରଶର୍ମା,ସଂସ୍କୃତ ମହମଣ୍ଡଳ ସଭାପତି ହରେକୃଷ୍ଣ ପାଣିଗ୍ରାହୀ,ମଦ୍ରାସା ସଂଘ ସଂପାଦକ ଆଫ୍ଟାବ ଖାଁ, ଓଷ୍ଟ।ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅନୀଲ ମିଶ୍ର,୬୬୨ ସଂଘ ନେତା ଅଞ୍ଜନ ଶତପଥୀ, ଅଲୋଷ୍ଟ୍ଟ। ସମ୍ପାଦକ ଉପେନ୍ଦ୍ର ବିଶ୍ୱାଳ, ଶିକ୍ଷକ ନେତା ପ୍ରଭାକର ପରିଡ଼ା,ବୈକୁଣ୍ଠ ବିଶ୍ୱାଳ,ପର୍ଶୁରାମ ସାହୁ, ବିକଶି ସାହୁ,ଗୀତାଞ୍ଜଳି ପାତ୍ର, ମନୋରଞ୍ଜନ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ଦାଶ, ସନ୍ତୋଷ ଜେନା,ଓସିମ୍ ରାଜା,ହେମନ୍ତ ସୁତାର,ଅରୁଣ ଶତପଥୀ,ରଞ୍ଜନ ମୁଦୁଲି, ବିଶ୍ୱନାଥ ପଣ୍ଡା,ରାଜକିଶୋର ମଲ୍ଲିକ ପର୍ଶୁରାମ ପାତ୍ର, ନିରଞ୍ଜନ ପଣ୍ଡା,ବ୍ରହ୍ମାନନ୍ଦ ରାୟ,ସୁଶାନ୍ତ ବାରିକ,ଜିତେନ୍ଦ୍ର ସାହୁପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।








