Home ଜିଲ୍ଲା ପରିକ୍ରମା ସ୍କୁଲ୍‌ରୁ ପ୍ଲାଷ୍ଟର ଖସିବା ଘଟଣା, ଶ୍ରେଣୀଗୃହ ସିଲ୍ ନିର୍ଦ୍ଦେଶ

ସ୍କୁଲ୍‌ରୁ ପ୍ଲାଷ୍ଟର ଖସିବା ଘଟଣା, ଶ୍ରେଣୀଗୃହ ସିଲ୍ ନିର୍ଦ୍ଦେଶ

9

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ଶିକ୍ଷା ସର୍କଲ୍ ଅର୍ନ୍ତଗତ ପୁରୁଷଣ୍ଢ ସରକାରୀ ନୋଡଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଥୁବା ବେଳେ ଶ୍ରେଣୀଗୃହ ଛାତରୁ ପାଣି ଗଳିବା ଓ ପ୍ଲାଷ୍ଟର ଖସିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଘଟଣାରେ ଆଜି ଭଦ୍ରକ ଜିଲ୍ଲାପାଳ ଦିଲ୍ଲିପ୍ ରାଉତରାୟ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଙ୍କ ନିର୍ଦ୍ଦେଶମତେ ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ,କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ମହାନ୍ତି, ବୈଷୟିକ ପରାମର୍ଶଦାତା ଜଗନ୍ନାଥ ବିଶ୍ୱାଳ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ ବିଦ୍ୟାଳୟକୁ ଆସି ବାସ୍ତବ ଚିତ୍ର ପରଖି ଥିଲେ । ଶ୍ରେଣୀ ଗୃହ ଛାତରୁ ପାଣିଗଳିବା, ପ୍ଲାଷ୍ଟର ଖସିବା, ମୁଖ୍ୟ ଫାଟକ ସମ୍ମୁଖରେ ପାଣି ଜମି ରହିବା ନେଇ ଦେଖିବାକୁ ପାଇଥିଲେ । ପ୍ଲାଷ୍ଟର ଖସୁଥୁବା ବିପଦ ପୂର୍ଣ୍ଣ ଶ୍ରେଣୀ ଗୃହରେ ପିଲାମାନଙ୍କୁ ନ ବସାଇବା ନେଇ ପରାମର୍ଶ ଦିଆ ଯାଇଥିବା ବେଳେ ନାଲିଫିତା ଦ୍ୱାରା ସିଲ୍ କରାଯିବ । ଏଥିସହ ତୁରନ୍ତ ନୂତନ ଛାତ ନିର୍ମାଣ ହେବ ବୋଲି ଉପସ୍ଥିତ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ କମିଟିର କର୍ମକର୍ତା ମାନଙ୍କୁ ଅଧିକାରୀ ମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଚାଂୟତ ନିର୍ବାହୀ ଅଧିକାରୀ ବୀରକିଶୋର ନାୟକ , ସ୍ଥାନୀୟ ସମିତିସଭ୍ୟା ଶୁଶିଳା ଜେନା , ଯୁବନେତା ନିର୍ମଳ ମହାକୁଡ, ପ୍ରଧାନଶିକ୍ଷୟିତ୍ରୀ ଭାରତୀ ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ । ପ୍ରକାଶ ଯେ ୧୯୫୫ ମସିହାରେ ସ୍ଥାପିତ ଏହି ପୁରାତନ ବିଦ୍ୟାଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ୧୩୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏବେ ଏହି ପୁରାତନ ବିଦ୍ୟାଳୟ ଛାତରୁ ପାଣି ଗଳୁଥୁବା ବେଳେ ପ୍ଲାଷ୍ଟର ଖଣ୍ଡମାନ ଖସୁଥୁବା ନେଇ ଅଭିଭାବକ ମାନେ ଚିନ୍ତା ପ୍ରକଟ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.