Home ଜିଲ୍ଲା ପରିକ୍ରମା ସ୍କୁଲରୁ ଦିନ ଦ୍ୱିପହରରେ ନାପିକନ୍ ଚୋରି ଘଟଣାରେ ଶିକ୍ଷକଙ୍କ ନାଁ ରେ ଥାନାରେ ଏତଲା

ସ୍କୁଲରୁ ଦିନ ଦ୍ୱିପହରରେ ନାପିକନ୍ ଚୋରି ଘଟଣାରେ ଶିକ୍ଷକଙ୍କ ନାଁ ରେ ଥାନାରେ ଏତଲା

12

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଦ୍ୱାରା ସାନିଟାରୀ ନାପକିନ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି । ଏହାକୁ ଓଡ଼ିଶା ଯୋଗାଣକାରୀ ବିଭାଗ ଯୋଗାଇ ଦେଉଥିବା ବେଳେ ଏହାକୁ ଜଣେ ଶିକ୍ଷକ ଅନ୍ୟ ଜଣଙ୍କ ସହାୟତା ରେ ସାଇକେଲ ସାହାଯ୍ୟରେ ମାର୍କେଟ କୁ ବିକ୍ରି କରିବା ପାଇଁ ନେଉଥିବା ବେଳେ ଧରାପଡ଼ିଛନ୍ତି।ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଗୋପିନାଥ ପୁର ପଂଚାୟତର ଘେଂଟଶ୍ୱର ଅପର୍ତୀ ଚରଣ ଉଚ୍ଚ ବିଦ୍ୟାଳୟରେ । ଏହି ବିଦ୍ୟାଳୟରରୁ ଅର୍ଜୁନ ବିଳାସ ନାମକ ଜଣେ ବ୍ୟକ୍ତି ଏକ ସାଇକେଲରେ ସାହାଯ୍ୟରେ ଏକ ବସ୍ତା ନାପକିନ୍ ନେଇ ଫାଟକ ବାହାରକୁ ଆସୁଥିବାର ସ୍ଥାନୀୟ ଲୋକେ ଦେଖି ଅଟକାଇ ଥିଲେ। ପରେ ତାଙ୍କ ନିକଟରୁ ଜବତ ହୋଇଥିଲା।୧ବସ୍ତା ନାପକିନ। ପରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ୍ୱ୍ୟକ୍ତି ସହ ୧ବସ୍ତା ନାପକିନ କୁ ନେଇ ଘେଂଟଶ୍ୱର ଫାଣ୍ଡି ରେ ଜିମା ଦେଇଥିଲେ। ସମ୍ପୃକ୍ତ ୍ୱ୍ୟକ୍ତି ଜଣକ ଏହି ନାପକିନ ବସ୍ତା କୁ ସେହି ବିଦ୍ୟାଳୟ ର ଶିକ୍ଷକତଥା ପୂର୍ବତନ ସିଆସିସି ଭୀମସେନ ଦାସ ଦେଇଥିବା ସ୍ଥାନୀୟ ଅଧିବାସୀ ଏବଂ ଫାଣ୍ଡି ଅଧିକାରୀ କୁ କହିଥିଲେ। ତେବେ ଏହି ଘଟଣାରେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶରତ ସେଠୀ , ଭିମସେନ ଦାସ ଏବଂ ସାଇକେଲରେ ନାପକିନ୍ ଆଣିଥିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ସମ୍ପୃକ୍ତ ଘଟଣାରେ ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ଯେଉଁ ନାପକିନ୍ ବାହାରକୁ ଅଣାଯାଇ ଥିଲା ତାହାର ତଦନ୍ତ କରାଯିବ ଓ ଯେଉଁ ମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବତନ ଉଜଉ ଭିମସେନ ଦାସ ଏହି ବ୍ୟକ୍ତିଙ୍କୁ ଦେଇ ଥିଲେ। ସେ କେଉଁ ଉଦ୍ଦେଶ୍ୟରେ ବାହାରକୁ ଆଣିଥିଲେ ସେହି ଘଟଣାକୁ ନେଇ ବିଦ୍ୟାଳୟ ତରଫରୁ ମଧ୍ୟ ଥାନାରେ ଅଭିଯୋଗ କରାଯାଇଛି । ଏହି ନାପକିନ ବସ୍ତା କୁ ସମ୍ପୃକ୍ତ ଶିକ୍ଷକ ବିଦ୍ୟାଳୟ ପଛ ପଟେ ଲୁଚାଇ ରଖିଥିଲେ ବୋଲି ଚର୍ଚ୍ଚା ଚାଲିଛି। ସୁବିଧା ଦେଖି ସେ ଏହାକୁ ବିକ୍ରି କରୁଥିବା ମଧ୍ୟ ଅଭିଯୋଗ ହୋଇଛି।ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟ ପକ୍ଷରେ ଥାନାରେ ମାମଲା ରୁଜୁ ପରେ ପୋଲିସ ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.