ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ଥାନା ଅଧୀନ କମାରିଆ ବଜାରରୁ ତିହିଡ଼ି ପୁଲିସ ସ୍କୁଟି ସହ ୨୧ କି.ଗ୍ରାରୁ ଅଧିକ ନକଲି ଜର୍ଦ୍ଦା ଜବତ କରିଥିବା ବେଳେ ଏକ ସ୍କୁଟିକୁ ମଧ୍ୟ ଜବତ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ପୁଲିସ ୩୦୯/୨୫ରେ ଏକ ମକଦ୍ଦମା ରୁଜୁ କରି ଭଦ୍ରକ ପୁରୁଣାବଜାର ଥାନ ଅଧୀନ ହେଲାସାହି ଗ୍ରାମର ଏସ.କେ. କୁର୍ବାନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ପ୍ରକାଶ ଯେ ବୁଧବାର ମଧ୍ୟାହ୍ନରେ କମାରିଆ ବଜାରରେ ଏସ.କେ. କୁର୍ବାନ ନକଲି ଜର୍ଦ୍ଦା ବିକୁଥିବା ସମ୍ପର୍କରେ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ତିହିଡ଼ି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍ ଟିମ୍ କମାରିଆ ବଜାରରେ ପହଂଚି କୁର୍ବାନକୁ ନକଲି ଜର୍ଦ୍ଦା ସହିତ ଧରିଥିଲା। ସେ ଜର୍ଦ୍ଦା ବିକ୍ରିରେ ବ୍ୟବହାର କରୁଥିବା ସ୍କୁଟି ନଂ ଓଡି୨୨ଏସ୍୦୨୨୦କୁ ଜବତ କରିଥିବା ଜଣାଯାଇଛି।








