ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ବଜାର ରେ ରବିବାର ଦିନ ୧୦.୩୦ ସମୟରେ ଏକ ସ୍କୁଟି ର ପଛକୁ କାର ଧକା ଦେବା ଫଳରେ ସ୍କୁଟି ରେ ବସିଥିବା ଦୁଇ ଜଣ ଙ୍କ ମଧ୍ୟରୁ ଜଣେ ୨ ଜଣ ଆହତ ଅବସ୍ଥାରେ ଧାମନଗର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।ପ୍ରକାଶ ଥାଉ କି ଧାମନଗର ଭଦ୍ରକ ମୁଖ୍ୟ ରାସ୍ତା ରେ ଭଦ୍ରକ ଅଭିମୁଖେ ଆସୁଥିବା ଏକ ସ୍କୁଟି ପଛେ ଦୃତଗତିରେ ଆସୁଥିବା ଏକ କାର ( ଓଡି ୦୧ ଏମ ୭୮୫୮)ଭଗବାନପୁର ବଜାର ନିକଟରେ ଜୋର କରି ସ୍କୁଟି କୁ ଧକା ଦେଇଥିଲା।ଫଳରେ ସ୍କୁଟି ରେ ବସିଥିବା ଦୁଇ ଜଣ ଯାକ କିଛି ଦୂରରେ ଛିଟିକି ପଡ଼ିଥିଲେ ।ହେଲେ ସ୍କୁଟି ଟି ଗଡି ଯାଇ ଦୁର୍ଘଟଣା ସ୍ଥଳରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ କଂକ୍ରିଟ ପାଚେରୀ କୁ ଯାଇ ଧକା ଦେଇ ପଡିଯିବା ସହ ଭାଙ୍ଗିରୁଜି ନଷ୍ଟ ହେଇଯାଇଥିଲା। ସ୍କୁଟି ଚାଳକ ଦେବାଶିଷ ନାୟକ ( ୩୦) ପଛରେ ବସିଥିବା ମନୋଜ ବେହେରା ( ୪୩) ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରି ଧାମନଗର ମେଡିକାଲ କୁ ପଠାଇଥିଲେ। ସ୍କୁଟି ରେ ବସିଥିବା ଦୁଇ ଜଣ ଯାକ ଦଳାଙ୍ଗ ପଂଚାୟତର ରାମେଶ୍ୱରପୁର ଗ୍ରାମର ବୋଲି ଜଣା ପଡ଼ିଛି। ବିଶେଷ ସୂତ୍ରରୁ ଖବର ପାଇ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।