Home ଜିଲ୍ଲା ପରିକ୍ରମା ସୋ ରୁମ ମାଲିକଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କଲେ କର୍ମଚାରୀ

ସୋ ରୁମ ମାଲିକଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କଲେ କର୍ମଚାରୀ

341

ଭଦ୍ରକ ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସଂଗୀତା ମୋଟର୍ସରେ ସେଲ୍‌ସ ମ୍ୟାନେଜର ଭାବେ କାମ କରୁଥିବା ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଗବସାହି ଗ୍ରାମର ଚିତ୍ତରଂଜନ ଜେନା ଆତ୍ମହତ୍ୟା କରିଛନ୍ତି । ଚିତ୍ତରଂଜନ ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ମୃତଦେହ ଭଦ୍ରକ ନୂଆ ବସ୍‌ଷ୍ଟାଣ୍ଡ ନିକଟ ସଂଗୀତା ମୋଟର୍ସର ସୋରୁ ପଛପଟୁ ଉଦ୍ଧାର କରାଯାଇଛି । ମୃତଦେହ ନିକଟରୁ ଏକ ସୁଇସାଇଡାଲ ନୋଟ୍ ମିଳିଛି । ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସୁଇସାଇଡାଲ ନୋଟ ଅନୁଯାୟୀ ସଂଗୀତା ମୋଟର୍ସର ମାଲିକ ଚନ୍ଦନ ସାହା ବିକ୍ରି ହୋଇଥିବା ଟ୍ରାକ୍ଟରର ବକେୟା ଟଙ୍କା ଆଦାୟ ପାଇଁ ଚିତ୍ତରଂଜନଙ୍କୁ ବାଧ୍ୟ କରୁଥିଲେ । ଏଥିଲାଗି ତାଙ୍କୁ ମାନସିକ ସ୍ତରରେ ନିର୍ଯାତନା ଦେବା ସହିତ ନାନା ପ୍ରକାରର ଧମକ ମଧ୍ୟ ଦେଉଥିଲେ । ଚିତ୍ତରଂଜନଙ୍କୁ ଏହା ଅସହ୍ୟ ହେବା ପରେ ବାଧ୍ୟ ହୋଇ ସେ ଆତ୍ମହତ୍ୟା କରିଥିବା ତାଙ୍କ ସୁଇସାଇଡାଲ ନୋଟ୍‌ରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.