Home ଜିଲ୍ଲା ପରିକ୍ରମା ସୋସୋ ବିଦ୍ୟାଳୟର ବାର୍ଷିକ କ୍ରୀଡା

ସୋସୋ ବିଦ୍ୟାଳୟର ବାର୍ଷିକ କ୍ରୀଡା

5

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ସନ୍ନିକଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୋସୋରେ ଦୁଇଦିନ ବ୍ୟାପି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅୟୋଜିତ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ନାହକ ଯୋଗ ଦେଇ କ୍ରିଡା ଶରୀରକୁ ସୁସ୍ଥ ଓ ଶବଳ ରଖିବା ସହ ଦୈନନ୍ଦିନ କାର୍ଯ୍ୟ କରିବାରେ ସହାୟକ ହୋଇଥାଏ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ବିନିତା ବିଶ୍ୱାଳ, ଲକ୍ଷ୍ମଣ ଦାସ, ଚିନ୍ମୟୀ ପଣ୍ଡା, ଗୀତାଶ୍ରୀ ନାୟକ, ଲିପ୍ସାମୟୀ ସା, ରୁତୁପୂର୍ଣ୍ଣା ନାୟକ ପ୍ରମୁଖ ପାଠପଢା ସାଙ୍ଗକୁ ଖେଳୁଆଳ ମନୋଭାବ ରଖି ଜୀବନର ଲକ୍ଷ୍ୟ ପଥରେ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । କ୍ରୀଡା ଶିକ୍ଷକ ଏମ୍‌ଏସ ବିକାଶଙ୍କ ତତ୍ୱାବଧାନରେ ଆର୍ତବନ୍ଧୁ ଜେନା, ଅନୁସୟା ରାଉତ, ରଞ୍ଜିତାରାଣୀ ପଣ୍ଡା, ଶେଖ୍ ଖେଲୁନ୍ ମହମ୍ମଦ, ଖୀରୋଦ କୁମାର ଜେନା, ପ୍ରାଣ ବଲ୍ଳଭ ରାଉତ୍‌, ବାବାଜୀ ଚରଣ ଦୋରା ଏବଂ ମମତା ମଞ୍ଜରୀ ମହାରଣା କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ । କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.