Home ଜିଲ୍ଲା ପରିକ୍ରମା ସୋସିଆଲ ମିଡ଼ିଆ ଆପତିଜନକ ପୋଷ୍ଟ କୁ ନେଇ ଧାମନଗର ଥାନା ଘେରାଉ ଓ ରାସ୍ତାରୋକ

ସୋସିଆଲ ମିଡ଼ିଆ ଆପତିଜନକ ପୋଷ୍ଟ କୁ ନେଇ ଧାମନଗର ଥାନା ଘେରାଉ ଓ ରାସ୍ତାରୋକ

10

ଭଦ୍ରକ, ୧୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଦୁଇଦିନ ତଳେ ସୋସିଆଲ ମିଡ଼ିଆ ରେ ମହମ୍ମଦ ଙ୍କ ନାମରେ ଧୁଷୁରୀ ଅଂଚଳରେ ପୃଥିବୀ ରାଜ ସାହାଣୀ ଆପତି ଜନକ ପୋଷ୍ଟ କରିଥିବାରୁ ସଂଖ୍ୟାଲଘୁ ଶ୍ରେଣୀ ଲୋକ ଙ୍କୁ ଗଭୀର ଆଘାତ ଦେଇଛି । ଏ ନେଇ ଆଜି ରାତି ୭ ଟା ସମୟରେ ଦୋବଲ ଓ ଧାମନଗର ଅଂଚଳର ଶତାଧିକ ମୁସଲମାନ ଭାଇମାନେ ଧାମନଗର ଥାନା ଘେରାଉ କରିବା ସହ ତୁରନ୍ତ ଅଭିଯୁକ୍ତ କୁ ଗିରଫ ପାଇଁ ପ୍ରତିବାଦ କରି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଧାମନଗର ଅଂଚଳର ମୁସଲମାନ ଭାଇମାନେ ସାନ ବଜାର ଛକ ରେ ଟାୟାର ଜାଳି ପ୍ରତିବାଦ କରି ରାସ୍ତା ରୋକ କରିଚନ୍ତି ।ଖବର ପାଇ ଧାମନଗର ଏସ ଡି ପି ଓ ତ୍ରିଲୋଚନ ସେଠୀ, ଥାନା ଅଧିକାରୀ ଫନି ଭୂଷଣ ନାୟକ, ଧାମନଗର ତହସିଲିଦାର ଦୀପକ ଦାସ ପ୍ରମୁଖ ଘଟଣା ସ୍ଥଳ ରେ ପହଂଚି ଉତେଜିତ ଲୋକ ଙ୍କୁ ବୁଝାସୁଝା କରିବା ବା ପାଇଁ ଚେଷ୍ଠା କରୁଥିଲେ ମଧ୍ୟ ପରିସ୍ଥିତି ଅଣ ଆୟତ ହୋଇ ପଡ଼ିଛି । ଦୀର୍ଘ ସମୟ ରାସ୍ତାରୋକ କରାଯାଇ ଥିବାରୁ ବିଭିନ୍ନ ଯାନବାହାନ ଦୀର୍ଘ ସମୟ ଅଟକି ରହିଛି ।ସେହିପରି ପରିସ୍ଥିତି କୁ ଲକ୍ଷ୍ୟ କରି ଦୋକାନବଜାର ବନ୍ଦ କରି ବ୍ୟବସାୟୀ ମାନେ ଘରକୁ ପଳାଉଛନ୍ତି । ଘଟଣା ସଂପର୍କ ରେ ଆଲୋଚନା ଚାଲିଚି ଉପରିସ୍ଥ ଅଧିକାରୀ ଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.