Home ଅପରାଧ ସୋର ଥାନା ଆଇଆଇସିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ପୂର୍ବାଞ୍ଚଳ ଆଇଜି

ସୋର ଥାନା ଆଇଆଇସିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ପୂର୍ବାଞ୍ଚଳ ଆଇଜି

473

ବାଲେଶ୍ୱର୬ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବାଲେଶ୍ୱର ଜିଲ୍ଲାରେ ଅପରାଧି ମାନଙ୍କୁ ସାବାର୍ଡ କରିବାରେ ସଫଳ ହୋଇ ପୁଲିସ ବିଭାଗରେ ଚର୍ଚ୍ଚାରେ ଥିବା ଜଣେ ଏସଡିପିଓ ବାଲେଶ୍ୱର ଜିଲ୍ଲାରେ ପୁଲିସକୁ ସୁନାମ ଆଣିଥିବା ବେଳେ ଜିଲ୍ଲାର କେତେକ ଥାନାର ପୁଲିସ ଅଧିକାରୀଙ୍କ ଦୁର୍ନିତୀ ପାଇଁ ଆଜି ପୁଲିସ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ଦେଖିବାକୁ ମିଳିଛି । ଗତ କାଲି  ସୋର ଥାନା ଅଧୀନ ସାଉଡ଼ ବିଟ୍ ହାଉସ୍ ଅଧିକାରୀ ମୀନକେତନ ସିଂଙ୍କୁ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ ନିଲମ୍ବିତ କରିବାପରେ ବାଲେଶ୍ୱର ପୁଲିସ ଚର୍ଚ୍ଚାକୁ ଆସିଛି । ଜଣେ ବିଚାରାଧୀନ କଏଦୀ ଜେଲରେ ଥିବା ବେଳେ କିପରି ପୁଣି ଆଉଏକ ଅପରାଧ କଲା ବୋଲି ସୋର ଥାନା ଆଇଆଇସି ଜାଣିବାକୁ ପାଇ  ନିଜ ଆଡୁ କେସ୍ ନଂ ୨୩୭/୧୯ ନମ୍ବରରେ ଏକ  ମାମଲା ରୁଜ କରି ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ଶ୍ରୀ ସିଂ ରଞ୍ଜିତଙ୍କୁ ଅଭିଯୁକ୍ତ ଦର୍ଶାଇ ଗତ ନଭେମ୍ବର ୧ ତାରିଖରେ ଗିରଫ କରି କୋର୍ଟଚାଲାଣ କରିଥିଲେ ତାହାର କରଣ କଣ? ସୋର ଥାନା ଆଇଆଇସି ମଧ୍ୟ ମାମଲାର ଉଚିତ ଅନୁଧ୍ୟାନ କରି ନଥିବାରୁ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଜି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.