ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫକୀର ମୋହନ କଲେଜ ର ଅଧ୍ୟୟନ ରତ ଛାତ୍ରୀ ଙ୍କ ଅକାଳ ମୃତ୍ୟ ହୋଇଥିବା ବେଳେ ରାଜ୍ୟ ସରକାର ନାରୀ ମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି। ଏହାର ପ୍ରତିବାଦ ରେ ଚାନ୍ଦବାଲି ଠାରେ କଂଗ୍ରେସ ଦଳ ତରଫରୁ ଏକ ମହମ ବତୀନୀରବ ଶୋଭାଯାତ୍ରା ନିକଟସ୍ଥ କାଳୀ ମନ୍ଦିର ରୁ ବାହାରି ମଧୁବାବୁ ଛକ ଦେଇ ବଦବଜାର ଠାରେ ଶେଷ ହେବା ସହ ଅମର ଆତ୍ମା ର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାଥନା କରାଯାଇଥିଲା। ଏହି ମହମବତୀ ଶୋଭାଯାତ୍ରା ରେ କଂଗ୍ରେସ ଦଳ ର ବହୁ କର୍ମୀ ମାନେ ଉପସ୍ଥିତ ଥିଲେ।








