Home କେନ୍ଦୁଝର ସୋନାଲି ଧାନ କମ୍ପାନୀର କ୍ଷେତ୍ର ପରିଦର୍ଶନ ଓ ଅମଳ

ସୋନାଲି ଧାନ କମ୍ପାନୀର କ୍ଷେତ୍ର ପରିଦର୍ଶନ ଓ ଅମଳ

87

ହରିଚନ୍ଦନପୁର, ତା ୨୭ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଟାପିଟି ପଞ୍ଚାୟତ ଝାଡପୋଖରୀ ଗ୍ରାମ ନିକଟରେ ସୋନାଲି ଧାନ କମ୍ପାନୀ ପକ୍ଷରୁ କ୍ଷେତ୍ର ପରିଦର୍ଶନ ସହ କର୍ମଶାଳା ମାଧ୍ୟମରେ ଅମଳ କରାଯାଇଥିବା ଧାନକୁ ଚାଷୀଙ୍କୁ ପ୍ରଦର୍ଶନ କରାଯାଇଛି । ସୂଚନା ମୁତାବକ ୨୦୨୧ ଖରିଫ୍ ଫସଲରେ ସୋନାଲି କମ୍ପାନୀର ଧାନ ଚାଷ କରିଥିବା ଚାଷୀମାନଙ୍କ କ୍ଷେତ୍ର ପରିଦର୍ଶନ କରାଯାଇ ପ୍ରତି ଏକର ପିଛା ୩୫ କୁଇଣ୍ଟାଲ୍ ଧାନ ଫସଲ ଅମଳ ହୋଇଥିବା ଜଣାପଡିଛି । ଉକ୍ତ ଅମଳ ଧାନଙ୍କୁ ଶହଶହ ଚାଷୀଙ୍କ ଏକ ବୈଠକ ଜରିଆରେ ଓଜନ ସହ ଧାନର କ୍ବାଲିଟି୍ ପ୍ରଦର୍ଶନ କରାଯାଇଥିଲା । ଏଥିସହ କମ୍ପାନୀ ପକ୍ଷରୁ ଆଗାମୀ ଦିନରେ ବଜାରକୁ ଆସିବାକୁ ଥିବା ବିଭିନ୍ନ କିସମ ଉନ୍ନତମାନର ଧାନ ବିହନ(କଙ୍ଗୋ, ଚୂନୀ) ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା । କ୍ଷେତ୍ର ଅଧିକାରୀ ନିଶାନ୍ତ ରାଜ ବର୍ମା, ମୂଖ୍ୟ ବିତରକ ରଞ୍ଜନ କୁମାର ଗୁପ୍ତା ଯୋଗ ଦେଇ ୟେତୀ, ଦୁରୋନ୍ତୋ ଚାଷ ଅମଳ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ହରିଚନ୍ଦନପୁର ଅଞ୍ଚଳର ୫୦୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ସହ ଏଅଞ୍ଚଳରେ କମ୍ପାନୀର ଧାନ ବିହନ ବିକ୍ରେତା ଧୂର୍ବଚରଣ ଜେନା, ମାନସ ରଞ୍ଜନ ସାହୁ, ଭାସ୍କର ଚନ୍ଦ୍ର ସାହୁ, ବିନୋଦ ବିହାରୀ ସାହୁ, ମଦନ ମୋହନ ସାହୁ, ଧରଣୀଧର ମହାନ୍ତ ଯୋଗ ଦେଇଥିଲେ । ଏଥିସହ ଏଅଞ୍ଚଳର ସଫଳ ଚାଷୀ ପିତାମ୍ବର ସାହୁ, ସଚ୍ଚିଦାନନ୍ଦ ସାହୁ, ରାମଚନ୍ଦ୍ର ମହାକୁଡ଼ଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.