Home ଜିଲ୍ଲା ପରିକ୍ରମା ସୋତି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ସୋତି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

437

ଯାଜପୁର୧୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଶ ପତ୍ରୀ) କୋରାଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ସୋତି ଗ୍ରାମରେ ମହାପ୍ରଭୁ ଚତୁର୍ଦ୍ଧାମୁର୍ତିଙ୍କ ମନ୍ଦିର ପ୍ରତିଷ୍ଠା ଶେଷ ହୋଇଛି । ଅଙ୍କୁରାରୋପଣ ପରେ ଶୁଭାଧିବାସ, କଳସ ଶୋଭାଯାତ୍ରା ଓ ଗ୍ରାମଦେବତୀ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଯଜ୍ଞକୁଣ୍ଡରେ ଅଗ୍ନୀ ସଂଯୋଗ, ଗୋପୂଜା, ସୂର୍ଯ୍ୟପୂଜା, ମନ୍ଦିରାଧିବାସ, ନୂତନ ପାଶ୍ୱର୍ ଦେବତା ନଗର ପରିକ୍ରମା କରାଯାଇଛି । ପ୍ରତ୍ୟେହ ସନ୍ଧ୍ୟାରେ ସାଂସକୃତିକ କାର୍ଯ୍ୟକ୍ରମ କରାଯିବା ସହ ଆଜି ମଧ୍ୟାନ୍ନରେ ବିଗ୍ରହ ଦେବାତାଙ୍କ ମନ୍ଦିର ପ୍ରବେଶ ପରେ ପୂର୍ଣ୍ଣାହୂତି ଦିଆଯାଇଥିଲା ।

 

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ଗଦାଧର ଦାଶ ଓ ମିନତୀ ଦାଶ, ବିଷ୍ଣୁ ଚରଣ ରାଉତ ଓ ରାଧାରାଣୀ ରାଉତ, ନରେନ୍ଦ୍ର ପଣ୍ଡା ଓ ସୁଲୋଚନା ପଣ୍ଡା ପ୍ରମୁ୍‌ଖ ପୂଜା କର୍ମରେ କର୍ତ୍ତା ଭାବେ ଉପବେଶନ କରିଛନ୍ତି । ଆଧାତ୍ମିକ କାର୍ଯ୍ୟକ୍ରମରେ ପୁରୋହୀତ ଭାବେ ସୂର୍ଯ୍ୟମଣି ପଣ୍ଡା, ନୀଳମଣି ପଣ୍ଡା, ନୃସିଂହ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ରମାକାନ୍ତ ପଣ୍ଡା, ରତିକାନ୍ତ ତ୍ରୀପାଠି, ମହନ୍ତ ତପନ କୁମାର ଦାଶ, ରାହାସ ବିହାରୀ ଦାଶ, ଜଗଦାନନ୍ଦ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗ୍ରାମାବସୀଙ୍କ ପକ୍ଷରୁ ରାମ ଚନ୍ଦ୍ର ପଣ୍ଡା, ସୂର୍ଯ୍ୟମଣି ସାହୁ, ଅଭୟ କୁମାର ସ୍ୱାଇଁ, ଉମାକାନ୍ତ ଖଣ୍ଡାଇ, ଅଦ୍ୟୈତ ଚରଣ ଦାଶ, ଅଙ୍କୁର ଚରଣ ପଣ୍ଡା, ଚନ୍ଦ୍ରମଣି ସ୍ୱାଇଁ, ଅନାମ ମହାପାତ୍ର, ନାରାୟଣ କରଣ, ଅଲେଖ ଦାଶ, ଅଭିମନ୍ୟୁ ପାଲ, ରବିନ୍ଦ୍ର ନାୟକ, ଗୋପାଳ ନାଥ, ମହେନ୍ଦ୍ର ଦାଶ, ପ୍ରଶାନ୍ତ ଭୁୟାଁ, ର୍କିତନ ଖଣ୍ଡାଇ, ଗୋପାଳ ଦାଶଙ୍କ ସମତେ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.