Home ଜିଲ୍ଲା ପରିକ୍ରମା ସୈନିକମାନଙ୍କୁ ଉତ୍ସାହିତ କରିବା ପାଇଁ ଜନ ଶୋଭାଯାତ୍ରା

ସୈନିକମାନଙ୍କୁ ଉତ୍ସାହିତ କରିବା ପାଇଁ ଜନ ଶୋଭାଯାତ୍ରା

16

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭାରତର ବୀର ସୈନିକ ମାନଙ୍କୁ ଉତ୍ସାହିତ କରିବା ପାଇଁ ଆସନ୍ତା କାଲି ମେ ୧୧ ତାରିଖ, ରବିବାର ଦିନ ସମଗ୍ର ରାଜ୍ୟରେ ଜନ ଶୋଭାଯାତ୍ରା ଆୟୋଜିତ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଶୋଭାଯାତ୍ରା ସକାଳ ୮ ରୁ ଆରମ୍ଭ ହୋଇ ୧୦ ଟା ଭିତରେ ଶେଷ ହେବା ବିଧେୟ।ଏହି ଶୋଭାଯାତ୍ରାରେ ଛାତ୍ର ଛାତ୍ରୀ, ଏନ. ସି. ସି. କ୍ୟାଡେଟ, କ୍ରୀଡାବିତ୍‌, ପୋଲିସ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସାଧାରଣ ଲୋକେ ଯୋଗ ଦେଇପାରିବେ।ଏହି ରାଲି ମୁଖ୍ୟତଃ ମୋଟର ସାଇକେଲ ରାଲି ହେବ।ସମସ୍ତ ଜିଲ୍ଲା ମହକୁମା, ଉପଖଣ୍ଡ, ବ୍ଲକ ମହକୁମାରେ ଏହି ରାଲିର ଆୟୋଜନ କରାଯିବ।ବଡ ବଡ ସହରାଞ୍ଚଳରେ ଏକରୁ ଅଧିକ ରାଲି କରାଯାଇ ପାରେ।ଯେଉଁ ସ୍ଥାନରେ ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିବେ, ସେମାନଙ୍କୁ ଏଥିରେ ସାମିଲ ହେବା ପାଇଁ ଅନୁରୋଧ କରାଯିବ।ଅଂଶ ଗ୍ରହଣକାରୀ ମାନେ ତ୍ରିରଙ୍ଗା ପତାକା ଧରି ରାଲିରେ ଯିବେ।ଶୋଭାଯାତ୍ରାରେ ଦେଶାତ୍ମବୋଧକ ଗୀତ ଲାଉଡସ୍ପିକର ଜରିଆରେ ପରିବେଷଣ କରାଯିବ।ସାମାଜିକ ଗଣମାଧ୍ୟମରେ ଆଜିଠାରୁ ପ୍ରଚାର, ପ୍ରସାର କରାଯିବ।ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ସହିତ ଖବର ପରିବେଷଣ ପାଇଁ ସମସ୍ତଙ୍କୁ ଅନୁରୋଧ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.