Home ଜିଲ୍ଲା ପରିକ୍ରମା ସେସୁ ମିଟର ରିଡିଙ୍ଗ ଓ ବିଲ କଲେକ୍ସନ କର୍ମଚାରୀ ସଂଘ ପକ୍ଷରୁ ୧୩ଦଫା ଦାବି ଏବଂ...

ସେସୁ ମିଟର ରିଡିଙ୍ଗ ଓ ବିଲ କଲେକ୍ସନ କର୍ମଚାରୀ ସଂଘ ପକ୍ଷରୁ ୧୩ଦଫା ଦାବି ଏବଂ ପ୍ରତିବାଦ

54

ପୁରୀ ୨୯-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସେସୁ ମିଟର ରିଡିଙ୍ଗ ଓ ବିଲ କଲେକ୍ସନ କର୍ମଚାରୀ ସଂଘ ପକ୍ଷରୁ ୧୩ଦଫା ଦାବି ନେଇ ଗୁଣ୍ଡିଚା ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ସେସୁ କାର୍ଯ୍ୟାଳୟରେ ପହଁଚି ପ୍ରତିବାଦ କରିଛନ୍ତି। ଟାଟା ପାୱାର କମ୍ପାନୀ ଦାୟିତ୍ୱ ନେବା ପରେ ଅନେକ ଠିକା ସଂସ୍ଥାକୁ ନିଯୁକ୍ତି ଦେଇଛି। ଫଳରେ ଦୀର୍ଘବର୍ଷ ହେବ କାର୍ଯ୍ୟ କରିଆସୁଥିବା ମିଟର ରିଡିଙ୍ଗ ଓ ବିଲ କଲେକ୍ସନ କର୍ମଚାରୀ କୁଶଳୀ ଶ୍ରମିକର ମାନ୍ୟତା ପାଇପାରୁନାହାନ୍ତି। ଫନି ବାତ୍ୟା ସମୟର ଟଙ୍କା ଏବେ ବି ଫେଡକୋ କଂପାନୀ ଉପରେ ବକେୟା ରହିଛି। କୁଏସ କମ୍ପାନୀର କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ସହ ପୂର୍ଵ ବକେୟା ଟଙ୍କା ଓ ଫ୍ରାଞ୍ଚାଇଜ ବ୍ୟବସ୍ଥା ହଟାଇ ସମସ୍ତ ଠିକା କର୍ମଚାରୀଙ୍କୁ ଟାଟା ପାୱାର କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଆଦି ୧୩ଦଫା ଦାବି ରଖାଯାଇଛି। କିଛି ଦାବି ପୂରଣ ହୋଇଛି ଓ ଆଉ କିଛି ପୂରଣ ପାଇଁ ଉଦ୍ୟମ ଚାଲିଥିବା ଟାଟା ପାୱାର କମ୍ପାନୀର ଉପମହାନିବନ୍ଧକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.