Home ଓଡ଼ିଶା ସେଲଫି ନେଇ ସସପେଣ୍ଡ ହେଲେ ଥାନା ଅଧିକାରୀ

ସେଲଫି ନେଇ ସସପେଣ୍ଡ ହେଲେ ଥାନା ଅଧିକାରୀ

432

ଭୁବନେଶ୍ଵର,୧୬/୧୦,(ଓଡ଼ିଆ ପୁଅ ପି ନାଏକ): ମହଙ୍ଗା ପଡିଲା ଅପରାଧୀ ସହ ସେଲ୍‌ଫି ନବା।  ସେଲଫି ନେଇ ଶେଷରେ ସସପେଣ୍ଡ ହେଲେ ଥାନା ଅଧିକରୀ । ମୁନା ଆତ୍ମସମର୍ପଣ କରିବା ପରେ ରାମଚଣ୍ଡି ଥାନା ଓ ଚନ୍ଦ୍ରଭାଗା ମେରାଇନ୍ ଥାନାଅଧିକରୀ ବୁଲୁ ମୁଣ୍ଡା ମୁନାସହ ଥାନା ଗାଡିରେ ସେଲ୍‌ଫି ଫଟୋ ସୋସିଆଲ ଭାଇରାଲ ପରେ ପୁରୀ ଏସ୍‌ପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ କ୍ରମେ ରାମଚଣ୍ଡି ଥାନା ଓ ଚନ୍ଦ୍ରଭାଗା ମେରାଇନା ରୁ ବୁଲୁ ମୁଣ୍ଡାଙ୍କୁ ଅପସରିତ କରି ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ପରେ ଏହି ଘଟଣାର ତଦନ୍ତ ଦାୟିତ୍ୱ  ନିମାପଡା ଏସ୍‌ଡିପିଓ ନେଇଥିଲେ । ଏସ୍‌ଡିପିଓଙ୍କ ରିପୋର୍ଟ ପରେ ଡିଜିପି ବୁଲା ମୁଣ୍ଡାଙ୍କୁ ନିଲମ୍ବନ ଆଦେଶ ଦେଇଛନ୍ତି । ମୁନା ନାମରେ ଅନେକ ଥାନାରେ ଅପରାଧୀକ ମାମଲା ରହିଥିବା ବେଳେ ଆତ୍ମସମର୍ପଣ କରିବା ପରେ ପୋଲିସ ଗିରଫ କରି ଅସ୍ତରଙ୍ଗ ଥାନାରେ କେସ୍ ନମ୍ବର ୯୯,୨୧୯ ତଥା ୩୪୧,୩୨୩,୩୨୪,୨୯୪,୩୦୭,୩୦୨ ଏବଂ ୩୪ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.