Home ଜିଲ୍ଲା ପରିକ୍ରମା ସେବା ହିଁ ସଂଗଠନ ଅନ୍ତର୍ଗତ ଏକ ସ୍ୱେଚ୍ଛାକୃତ ରକ୍ତଦାନ

ସେବା ହିଁ ସଂଗଠନ ଅନ୍ତର୍ଗତ ଏକ ସ୍ୱେଚ୍ଛାକୃତ ରକ୍ତଦାନ

42

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ଼ ବିରୁଦ୍ଧରେ ଲଢେଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ‘ସେବା ହିଁ ସଂଗଠନ’ ଅନ୍ତର୍ଗତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଭଦ୍ରକ ଚରମ୍ପା ସ୍ଥିତ ଅଗ୍ରୱାଲା ପ୍ୟାଲେସ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରକୁ ସେବା ନିବୃତ୍ତ ବ୍ୟାଙ୍କ ଅଧିକାରୀ ପ୍ରଭାକର ଖୁଣ୍ଟିଆ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ ଯୋଗ ଦେଇ କରୋନା ମହାମାରୀ ସମୟରେ ମୋଦି ସରକାର ଦେଶରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିିରେ କାର୍ଯ୍ୟ କରି ଆସୁଛନ୍ତି । ଏ ସଂକଟକୁ ଦୂର କରିବା ପାଇଁ ସରକାରୀ ସ୍ତରରେ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହା ପରେ ମଧ୍ୟ କରୋନା ସମୟରେ ଜନ ସଚେତନତା ପାଇଁ ନରେନ୍ଦ୍ର ମୋଦି ଜନଭାଗିଦାରୀଙ୍କୁ ଗୁରୁତ୍ୱ ପ୍ରଦାନ କରିଛନ୍ତି ।୨୪ ମାର୍ଚ୍ଚ ୨୦୨୦ରେ ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଥିଲା । ପରବତ୍ତୀ ସମୟରେ ଚିକିତ୍ସାର ଭିତ୍ତିଭୂମିକୁ ସଜାଡିବା ଲାଗି ଲକ୍‌ଡାଉନକୁ ପରିବର୍ଦ୍ଧିତ କରାଯାଇଥିଲା । ବିଜେପି ସେହି ସମୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ମାସ୍କ ବଣ୍ଟନ କରିବା, ଗରିବ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇବା ଭଳି ସେବା କାର୍ଯ୍ୟକୁ ହାତକୁ ନେଇଥିଲା । ସବୁଠାରୁ ବଡ ବିଷୟ ଥିଲା ଦେଶରେ ରକ୍ତର ଅଭାବ । ଏ ସମୟରେ ଲୋକେ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଅମଙ୍ଗ ହେଉଥିଲେ । ଭାରତୀୟ ଜନତାପ ।ର୍ଟି ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରମାନ ଆୟୋଜନ କରି ରକ୍ତର ଆବଶ୍ୟକତାକୁ ପୂରଣ କରିପାରିଥିଲା । ‘ସେବା ହିଁ ସଂଗଠନ’ ନାମରେ ସାରା ଦେଶରେ ବିଜେପି ଏକ ଅଭିଯାନ ଆରମ୍ଭ କରି ଲୋକଙ୍କୁ ସେବା ଯୋଗାଇବା ସହ ରକ୍ତ ସଂଗ୍ରହ କରାଯାଉଛି ବୋଲି କହିଥିଲେ । ଆଜି ଅନୁଷ୍ଠିତ ଏହି ଶିବିରରେ ୪୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଭଦ୍ରକ ରେଡକ୍ରସ ବ୍ଲଡ ବ୍ୟାଙ୍କ ସହାୟତାରେ ଏହି ଶିବିର ଆୟୋଜନ ହୋଇଥିଲା । ଶିବିରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାଶ, ଜିଲ୍ଳା ବିଜେପି ସାଧାରଣ ସମ୍ପାଦକ ଶଶିକାନ୍ତ ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଚନ୍ଦନ ନାୟକ, ପ୍ରଶାନ୍ତ ନାୟକ, ଜୀବନ ନାୟକ, ଗୌତମ ଦଳେଇ, ଉମାକାନ୍ତ ଦାସ, ବାଦଲ ପଣ୍ଡା, ଉର୍ମିଳା ସେଠୀ, ରମିତା ପାଢୀ, ଉର୍ମିଳା ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.