Home ଓଡ଼ିଶା “ସେବା ହିଁ ସଂଗଠନ”କୁ ମୁଳମନ୍ତ୍ର କରିଛି ବିଜେପି : ସମୀର ମହାନ୍ତି

“ସେବା ହିଁ ସଂଗଠନ”କୁ ମୁଳମନ୍ତ୍ର କରିଛି ବିଜେପି : ସମୀର ମହାନ୍ତି

145

– କୋଭିଡ-୧୯ ସଂକଟ ସମୟରେ ବିଜେପି କାର୍ଯ୍ୟକର୍ତାଙ୍କ ସେବା କାର୍ଯ୍ୟକୁ ନେଇ ୨ଟି ଜିଲ୍ଲାରେ “ସେବା ହିଁ ସଂଗଠନ” ଇ-ବୁକ୍ ଉନ୍ମୋଚିତ
– ନବରଙ୍ଗପୁର ଜିଲ୍ଲାରେ ରାଜ୍ୟ ସଭାପତି ସମୀର ମହାନ୍ତି, ଗଂଜାମ ଜିଲ୍ଲାରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କଲେ ଇ-ବୁକ୍ ଉନ୍ମୋଚନ
– ୱେବିନାର ମାଧ୍ୟମରେ ଅନୁଷ୍ଠିତ ହେଲା ଉନ୍ମୋଚନ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୦୭/୦୯ (ଓଡ଼ିଆ ପୁଅ) : କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ସମୟରେ ‘ସେବା ହିଁ ସଂଗଠନ’କୁ ଅଧାର କରି ବିଜେପି କାର୍ଯ୍ୟକର୍ତାମାନେ ସାମାଜିକ ଦୁରତ୍ୱ ବଜାୟ ରଖି ‘ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ; ପିଏମ କେୟାର୍ସକୁ ମୁକ୍ତ ହସ୍ତରେ ଦାନ କରିବା, ଆରୋଗ୍ୟ ସେତୁ ଆପ୍ କୁ ବ୍ୟବହାର କରି ନିଜେ ସୁରକ୍ଷିତ ରହିବା ଏବଂ କରୋନା ସଂଗ୍ରାମ ସହ ଲଢେଇ କରୁଥିବା ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ, ପୁଲିସ କର୍ମଚାରୀ, ସଫେଇ କର୍ମଚାରୀ, ବ୍ୟାଙ୍କ ଓ ପୋଷ୍ଟାଲ କର୍ମଚାରୀଙ୍କ ସମେତ ସରକାରୀ କର୍ମଚାରୀମାନଙ୍କୁ ପତ୍ର ମାଧ୍ୟମରେ ଧନ୍ୟବାଦ ଦେବା ଆଦି କାର୍ଯ୍ୟ ନିଷ୍ଠାର ସହ ଦାୟୀତ୍ୱ ସଂପାଦନା କରିଥିଲେ। ରାଜ୍ୟ ସଭାପତି, ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟର ବରିଷ୍ଠ ନେତୃତ୍ୱଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟର ସଂପାଦନା କରାଯାଇ ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା। ଏ ସମସ୍ତ କାର୍ଯ୍ୟକୁ ନେଇ ଜିଲ୍ଲା ସ୍ତରରେ ଇ-ବୁକ୍ ପ୍ରସ୍ତୁତ କରାଯାଇଛି। ଆଜି ନବରଙ୍ଗପୁର ଜିଲ୍ଲା କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ଗଂଜାମ ଜିଲ୍ଲା କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହି ଜିଲ୍ଲାସ୍ତରୀୟ ଇ-ବୁକ୍ ଉନ୍ମୋଚନ କରିଥିଲେ। ୱେବିନାର ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜେପି କାର୍ଯ୍ୟକର୍ତାମାନେ “ସେବା ହିଁ ସଂଗଠନ”କୁ ମୁଳମନ୍ତ୍ର କରି କାର୍ଯ୍ୟ କରୁଛନ୍ତି ବୋଲି ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତୋଦୟ ବିଚାରରେ ଅନୁପ୍ରାଣିତ ହେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ-ପି-ନଡ୍ଡାଙ୍କ ଆହ୍ୱାନକ୍ରମେ ବିଜେପି କାର୍ଯ୍ୟକର୍ତାମାନେ ଭାରତୀୟ ପରମ୍ପରା ‘ନର ସେବା – ନାରାୟଣ ସେବା’କୁ ସମ୍ମାନ ଜଣାଇ ମହାମାରୀ କରୋନା ଭୂତାଣୁଜନିତ ଲକ୍‌ଡାଉନ ସମୟରେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଂଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନଙ୍କୁ ସେମାନଙ୍କ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଔଷଧ, ମାସ୍କ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟକୁ ଏହି ଇ-ବୁକ୍ ରେ ସ୍ଥାନିତ କରାଯାଇଛି।

ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଓ ବଳଭଦ୍ର ମାଝୀ, ରାଜ୍ୟ ଇ-ବୁକ୍ କମିଟିର ସଦସ୍ୟା ଓ ରାଜ୍ୟ ସାଧାରଣ ସଂପାଦିକା ଡ-ଲେଖାଶ୍ରୀ ସାମନ୍ତସିଂହାର, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଆଦିତ୍ୟ ମାଢୀ ଓ ଡ-ମୁକେଶ ମହାଲିଙ୍ଗ, ଗଂଜାମ ଜିଲ୍ଲା ସଭାପତି ବିଭୁତି ଜେନା ଏବଂ ନବରଙ୍ଗପୁର ଜିଲ୍ଲା ସଭାପତି ଜଗଦିଶ ବିଷୋୟୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ସମେତ ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.