ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ଚାଷୀ। ଧାମନଗର ସେବା ସମବାୟ ସମିତିର ଅନିୟମିତତା ନେଇ ଫେରାଦ ହେଲେ ଚାଷୀ। ଏହାସହିତ ବିଭିନ୍ନ ସମସ୍ୟା ସଂପର୍କରେ ଜିଲାପାଳଙ୍କୁ ଅବଗତ କରାଇଛନ୍ତି ଚାଷୀ। ଖବର ଅନୁସାରେ ଭଦ୍ରକ ଜିଲା ଧାମନଗର ସେବା ସମବାୟ ସମିତିକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବଦନାମ କରୁଛନ୍ତି। ସମିତି ସମ୍ମୁଖରେ କେତେକ ମଦ୍ୟପ ଓ ଅସାମାଜିକ ବ୍ୟକ୍ତି ଗାଳିଗୁଲଜ କରୁଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଏମିତିକି ବେଆଇନ୍ ଭାବେ ଲକ୍ଷାଧିକ ଟଙ୍କାର ଋଣ ନିଆଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ ତ୍ରିଲୋଚନା ମାଝୀ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି।