Home ଜିଲ୍ଲା ପରିକ୍ରମା ଜିଲାରେ ସମସ୍ତ ଓଟି କାର୍ଯ୍ୟ କରୁଛି ବୋଲି ସ୍ପଷ୍ଟୀକରଣ ଦେଲେ ଭଦ୍ରକ ସିଡିଏମ୍‌ଓ

ଜିଲାରେ ସମସ୍ତ ଓଟି କାର୍ଯ୍ୟ କରୁଛି ବୋଲି ସ୍ପଷ୍ଟୀକରଣ ଦେଲେ ଭଦ୍ରକ ସିଡିଏମ୍‌ଓ

56

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଅଛି ସମସ୍ତ ଓଟି। ଏହା ସହ ଗୋଟିଏ ଆର୍ଥିକ ବର୍ଷରେ ହୋଇଥିବା ଅପରେସନର ତାଲିକା ମଧ୍ୟ ପ୍ରକାଶ କରାଯାଇଛି। ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ। ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ୨୦୨୧ ମସିହା ଏପ୍ରିଲ ମାସରୁ ପ୍ରସୂତି ବିଭାଗରେ ୩୬ ଟି ମାଇନର ଅପରେସନ ଓ ୧୦୬୬ ଟି ମେଜର ଅପରେସନ, ସର୍ଜରୀ ବିଭାଗରେ ୮୪୫ ଟି ମାଇନର ଓ ୧୫୬ ଟି ମେଜର ଅପରେସନ କରାଯାଇଛି। ଅର୍ଥପେଡିକରେ ୧୧୦୪ ଟି ମାଇନର ଓ ୨୮ଟି ମେଜର ଅପରେସନ ହୋଇଛି। ଟ୍ରମା ସେଣ୍ଟରରେ କୋଭିଡ୍ ୱାର୍ଡ ଚାଲିଥିବାରୁ କେତେକ କ୍ଷେତ୍ରରେ ଅପରେସନ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ଏବେ ସମସ୍ତ ସେବା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସହ ଅପରେସନ ମଧ୍ୟ କରାଯାଉଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.