Home ଓଡ଼ିଶା ସେବା ଦଳ କଂଗ୍ରେସ ଦଳର ମେରୁଦଣ୍ଡ- ଚେଲ୍ଲା କୁମାର

ସେବା ଦଳ କଂଗ୍ରେସ ଦଳର ମେରୁଦଣ୍ଡ- ଚେଲ୍ଲା କୁମାର

85

ଭୁବନେଶ୍ୱର ୧୯.୧୧ (ଓଡ଼ିଆ ପୁଅ) – ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଆସନ୍ତା ଡିସେମ୍ବର ୨୬ ତାରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁଥିବା ସଦ୍‌ଭାବନା ସମାବେଶର ଏକ ପ୍ରସ୍ତୁତି ବୈଠକ, ଆଜି ପୂର୍ବାହ୍ନରେ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଯୋଗଦେଇ ଅଖିଳ ଭାରତ କଂଗ୍ରେସ କମିଟିର ପ୍ରଭାରୀ ଡଃ ଏ ଚେଲାକୁମାର କହିଲେ ଯେ କଂଗ୍ରେସ ସେବାଦଳର ଗୌରବମୟ ଇତିହାସ ରହିଛି ସେବାଦଳର କଂଗ୍ରେସ ଦଳର ମେରୁଦଣ୍ଡ ଭଳି କାର୍ଯ୍ୟକରିଥାଏ। ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ପଣ୍ଡିତ ଜବାହାରଲାଲ ନେହେରୁ ଏହି ସଂଗଠନର ପ୍ରଥମ ସଭାପତି ରହି, ଯୁବକ ମାନଙ୍କୁ ଶୃଙ୍ଖଳାରେ ବାନ୍ଧି ରଖିବା ପାଇଁ କାର୍ଯ୍ୟ କରୁଥିଲେ। ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସ ସେବାଦଳର ଏକ ସ୍ୱତନ୍ତ୍ର ଭୂମିକା ଥିଲା।

ଅନ୍ୟତମ ଅତିଥି ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି ରୁଦ୍ର ରାଜୁ କହିଲେ ଯେ ଛାତ୍ର ଯୁବକମାନେ ଦେଶର ଭବିଷ୍ୟତ। ସେମାନଙ୍କ ଭିତରେ ରାଷ୍ଟ୍ରୀୟ ଭାବନା ସୃଷ୍ଟି କରିବା କଂଗ୍ରେସ ସେବାଦଳର ମୁଖ୍ୟ କାର୍ଯ୍ୟ। ଏହି ସଂଗଠନକୁ ପ୍ରଶିକ୍ଷଣ ମାଧ୍ୟମରେ ବ୍ୟାପକ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଆସନ୍ତା ଡିସେମ୍ବରରେ ହେବାକୁଥିବା ଏହି ସଦ୍‌ଭାବନା ସମାବେଶକୁ ସଫଳ କରିବା ପାଇଁ ଉପସ୍ଥିତ ଜିଲ୍ଲା କର୍ମକର୍ତା ମାନଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ। ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଯଜେ୍ଞଶ୍ୱର ବାବୁ, ମିଡିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଓ ପଛୁଆବର୍ଗ ବିଭାଗର ଅଧ୍ୟକ୍ଷ ଜ୍ଞାନଦେବ ବେଉରା ଉପସ୍ଥିତ ରହି ଜିଲ୍ଲା କର୍ମକର୍ତା ମାନଙ୍କୁ ଉତ୍ସାହିତ କରିଥିଲେ। ନିରଦ ବରଣ ଖୁଂଟିଆ ସ୍ୱାଗତ ଭାଷଣ ଓ ଅଶୋକ କୁମାର ସିଂ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାହାଦୁଲ୍ଲା, ସୁବାସ କୁମାର ପରିଡ଼ା, ଜ୍ୟୋତିଷ କୁମାର ସାହୁ, କୁଳମଣି ସାହୁ, ଦିଲ୍ଲୀପ କୁମାର ପଣ୍ଡା, ମନୋଜ କୁମାର ସାହୁ, ଦୁଃଖିଶ୍ୟାମ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ୩୩ ଗୋଟି ସାଂଗଠନିକ ଜିଲ୍ଲାରୁ କର୍ମକର୍ତାମାନେ ଆଜିର କାର୍ଯ୍ୟକ୍ରମରେ ଭାଗନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.