Home ଓଡ଼ିଶା ସେବା କ୍ଷେତ୍ରରେ ସୁଧାର ଆଣିଛି ‘ମୋ ସରକାର ଯୋଜନା

ସେବା କ୍ଷେତ୍ରରେ ସୁଧାର ଆଣିଛି ‘ମୋ ସରକାର ଯୋଜନା

119

ଯାଜପୁର ୧୯ା୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳମାନଙ୍କରେ ଉପଲବ୍ଧ ଥିବା ସମମସ୍ତ ଚିକିତ୍ସାଳୟମାନଙ୍କରେ ରୋଗୀ ସେବା କ୍ଷେତ୍ରରେ ସୁଧାର ଆସିଥିବା ଦେଖିବାକୁ ମିଲିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ମୋ ସରକାର ଓ ୫ ଟି ଯୋଜନା ମାଧ୍ୟମରେ ଜନସାଧାରଣ ଉପକୃତ ହେଉଥିବା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ସହଯୋଗୀମାନେ ସୂଚନା ଦେଇଛନ୍ତି। ମେଡିକାଲରେ ଆଡମିସନ ହୋଇଥିବା ରୋଗୀମାନେ ଖର୍ଚ୍ଚାନ୍ତ ନହୋଇ ମାଗଣାରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଔଷଧ ଗ୍ରହଣ କରି ଆରୋଗ୍ୟ ହେବାପାଇଁ ଡାକ୍ତରମାନେ ବାଧ୍ୟ କରୁଥବା ରୋଗୀମାନେ ପ୍ରକାଶ କରିଛନ୍ତି। ଏହି ମାଗଣା ଔଷଧରେ ରୋଗ ଭଲ ହୋଇ ନିଜ ନିଜର ଘରକୁ ଫେରିବା ସରକାରଙ୍କ ଏକ ସଫଳତା ମନ୍ତ୍ର ବୋଲି ଆଲୋଚ୍ୟର ବିଷୟ ହୋଇଛି। ମେଡିକାଲରେ ସଫେଇ କର୍ମଚାରୀମାନେ ବିନା ସଙ୍କୋଚରେ ରୋଗୀ ଓ ମୋମାନଙ୍କ ର ସହଯୋଗୀମାନେ ବ୍ୟବହାର କରୁଥିବା ସ୍ଥାନ ଓ ଶୌଚାଳୟ ଗୁଡିକୁ ପରିଷ୍କାର ରଖିବା ସହ ପରିବେଶକୁ ସଫା ସୁତୁରା ରଖୁଥିବାବେଳେ ରୋଗିମାନଙ୍କୁ ଚିକିତ୍ସା କରିବାକୁ ଆସୁଥିବା ଚିକିତ୍ସକ ଓ ସହଯୋଗିମାନେ ଠିକ୍ ଚିକିତ୍ସା କରିବା ଦେଖିବାକୁ ମିଳିଛି। ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ପ୍ରତିଦିନ ଭିନ୍ନ ଭିନ୍ନ ଧରଣର ସୁସ୍ୱାଦୁ ଖାଦ୍ୟ ରୁଟିନ ଅନୁଯାଇ ପରିବେଷଣ କରାଯାଉଥିବା ଦେଖିବାକୁ ମିଳିଛି। ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ଗୁଡିକ ସବୁବେଳେ ଏହିପରି ସେବା ଯୋଗାଇଦେଲେ ସାଧାରଣ ଲୋକମାନଙ୍କର ସମସ୍ୟା ସବୁଦିନ ପାଇଁ ଦୁର ହେବା ସହ ବହୁ ରୋଗୀ ଉପକୃତ ହୋଇପରିବେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.