Home ଜିଲ୍ଲା ପରିକ୍ରମା ସେବାୟତଙ୍କ ଟୀକାକରଣ ଆରମ୍ଭ

ସେବାୟତଙ୍କ ଟୀକାକରଣ ଆରମ୍ଭ

16

ପୁରୀ ୧୮-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ସେବାୟତମାନଙ୍କ କୋଭିଡ ଟିକା କରଣ ବୁଧବାର ଦିନ ଠାରୁ ଆରମ୍ଭ ହୋଇଛି। ଲୋକନାଥ ରୋଡ଼ ସ୍ଥିତ ପରିହାରୀ ନିଯୋଗ ବୈଠକ ଘରେ ଏଥିପାଇଁ ଏକ ସ୍ବତନ୍ତ୍ର ଶିବିର କରାଯାଇଛି ଶିବିରକୁ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିଥିଲେ। ପ୍ରତ୍ୟକ ଦିନ ସକାଳ ୧୦ ଟା ରୁ ୫ଟା ପର୍ଯ୍ୟନ୍ତ ଟିକାକରଣ କରାଯିବ। ପ୍ରତ୍ୟେକ ଦିନ ୧୦୦ ରୁ ଉର୍ଦ୍ଧ ସେବାୟତଙ୍କୁ ଟିକା ଦିଆଯିବ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି ଟିକା କରଣ କରାଯିବ। ଯାହାକୁ ନେଇ ସେବାୟତ ମାନେ ବେଶ୍ ଉତ୍ସାହିତ ଅଛନ୍ତି। ତେବେ ପ୍ରାଥମିକ ଭାବେ ଶ୍ରୀମନ୍ଦିରରେ କାର୍ଯ୍ୟରତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସେବାୟତଙ୍କୁ ଟିକା ପ୍ରଦାନ କରାଯାଉଛି। ୪୫ ବର୍ଷରୁ ଉର୍ଦ୍ଧ୍ୱ ବିଭିନ୍ନ ରୋଗରେ ପୀଡିତ ସେବାୟତ ମାନଙ୍କୁ ଆବଶ୍ୟକୀୟ ପ୍ରମାଣପତ୍ର ଦେଇ ଟିକା ନେବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିରର ସେବାୟତ ପରିବାର ଓ ପ୍ରଶାସନର ୫ଶହ କର୍ମଚାରୀଙ୍କୁ ମଧ୍ୟ ଏହି ଟିକା ପ୍ରଦାନ କରାଯିବ। ବହୁ ସଂଖ୍ୟାରେ ସେବାୟତ ଟିକାଦାନ ପ୍ରକ୍ରୀୟାରେ ସାମିଲ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମର ଆବଶ୍ୟକତା ଥିଲା ବୋଲି ସେବାୟତ ମାନେ ମତ ଦେଇଛନ୍ତି। ତେବେ ସେବାୟତଙ୍କ ପରିବାର ଲୋକଙ୍କୁ ଟିକାକରଣ କରିବାକୁ ସେବାୟତ ମାନେ ଦାବି କରିଥିବା ଵେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସେବାୟତ ପରିବାର ବର୍ଗଙ୍କୁ ଟିକାକରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.