Home ଜିଲ୍ଲା ପରିକ୍ରମା ସେବାୟତଙ୍କ କୋଭିଡ୍ ଟେଷ୍ଟ

ସେବାୟତଙ୍କ କୋଭିଡ୍ ଟେଷ୍ଟ

81

ପୁରୀ ୧୨-୭ (ଓଡ଼ିଆ ପୁଅ) ଘୋଷଯାତ୍ରା ପରେ ପୁଣିଥରେ ସେବାୟତ ମାନଙ୍କ ହୋଇଛି କୋଭିଡ୍ ଟେଷ୍ଟ। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇ ଘୋଷଯାତ୍ରା ସମ୍ପର୍କିତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ ହେବ। ତେବେ ରଥଯାତ୍ରା ପୂର୍ବରୁ ଥରେ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ବାହୁଡାଯାତ୍ରା ପୂର୍ବରୁ ଏବଂ ଏବେ ଘୋଷ ଯାତ୍ରା ପରେ ତୃତୀୟ ପର୍ଯ୍ୟାୟ ଟେଷ୍ଟ ଆରମ୍ଭ ହୋଇଛି। ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଟେଷ୍ଟ ହେବାକୁ ଥିବାବେଳେ ଘୋଷଯାତ୍ରାରେ ସାମିଲ୍ ହୋଇଥିବା ପ୍ରାୟ ୩୦୦୦ ରୁ ଉର୍ଦ୍ଧ୍ୱ ସେବାୟତଙ୍କ ଏହି ଟେଷ୍ଟ କରାଯିବ। ସହରର ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ବାଗେଡିଆ ଧର୍ମଶାଳା ଓ ମାର୍କେଣ୍ଡେଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟ ରେ ଏହି ଟେଷ୍ଟ ୪ ଦିନ ଧରି ଚାଲିବ। ଆଜି ପ୍ରଥମ ପର୍ଯ୍ୟାୟରେ ଦଇତାପତି ନିଯୋଗ, ସୁଆର ମହାସୁଆର ସେବାୟତ ଓ ଘଟୁଂଆ ସେବକ ମାନଙ୍କ କୋଭିଡ ଟେଷ୍ଟ କରାଯାଇଥିବା ବେଳେ ପରବର୍ତ୍ତୀ ପଯ୍ୟାୟରେ ପୂଜାପଣ୍ଡା, ଗରାବଡୁ, ଘଟୁଆରୀ, ମେକାପ ଆଦି ଅନ୍ୟାନ୍ୟ ସେବାୟତଙ୍କ ଟେଷ୍ଟ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଏହାପରେ ଆସନ୍ତା ୧୫ ତାରିଖରୁ ସହରରେ ଆଟିଂବଡି ଟେଷ୍ଟ ବା ସେରୋଲୋଜିକାଲ ଟେଷ୍ଟ କରାଯିବାକୁ ଲକ୍ଷ ରଖାଯାଇଛି। ଅନ୍ୟପଟେ ପ୍ରଶାସନ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସେବାୟତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.