Home ଜିଲ୍ଲା ପରିକ୍ରମା ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ ଆଧ୍ୟାତ୍ମିକବାଦୀ ସୁନାମଧନ୍ୟ ଡାକ୍ତର ସୁରଥ ବିଶ୍ୱାଳ

ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ ଆଧ୍ୟାତ୍ମିକବାଦୀ ସୁନାମଧନ୍ୟ ଡାକ୍ତର ସୁରଥ ବିଶ୍ୱାଳ

12

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରି ଗରିବ ଲୋକଙ୍କୁ ଚିକିତ୍ସାର ସୁବିଧା ଯୋଗାଇବା କ୍ଷେତ୍ରରେ ବିଶିଷ୍ଟ ଆଧ୍ୟାତ୍ମିକବାଦୀ ସୁନାମଧନ୍ୟ ଚିକିତ୍ସକ ସୁରଥ କୁମାର ବିଶ୍ୱାଳ ଆଜିର ଅର୍ଥ ଓ ସ୍ୱାର୍ଥ ସର୍ବସ୍ୱ ସମାଜରେ ଜଣେ ଭଲ ମଣିଷ ଭାବେ ଯେଉଁ ଛାପ ଛାଡିଯାଇଛନ୍ତି, ତାହାକୁ ଯୁବପିଢି ପାଥେୟ କରିବା ଉଚିତ୍ ବୋଲି ତାଙ୍କର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିଚାରଣ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ସ୍ଥନୀୟ ଭାଗବତକଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି ସମାରୋହ ପ୍ରାରମ୍ଭରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ତଥା ଜନସାଧାରଣ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଶୁମନ ଅର୍ପଣ କରିଥିବାବେଳେ ବେଦ ପାଠ କରିଥିଲେ ଶ୍ରୀମାନ ସାଇ ଆର୍ଯ୍ୟ ମହାରଣା। ଶିକ୍ଷାବିତ ଶାନ୍ତନୁ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହା ସ୍ମୃତି ସମାରୋହରେ ବିଶିଷ୍ଟ ସ୍ତମ୍ଭକାର ପ୍ରାଧ୍ୟାପକ ବାସୁଦେବ ବାରିକ ସ୍ୱାଗତ ସମ୍ଭାଷଣ ଜଣାଇବା ପରେ ଶିକ୍ଷାବିତ ଗୟାଧର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ମୃତିସଂସଦର ସଂପାଦକ ହରମୋହନ କୁଅଁର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମଂଚ ଆବାହନ କରିଥିଲେ ସମାଜସେବୀ ସୁଧାକର ରାଉତ। ମୁଖ୍ୟ ଅତିଥି ଡାକ୍ତର ସୁଧାଂଶୁ ଶେଖର ବଳ ସେବାର ମହତ୍ୱ ବର୍ଣ୍ଣନା କରିଥିବା ବେଳେ ଅମୃତ ଦର୍ଶନର ସଂପାଦକ ତଥା ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଡାକ୍ତର ବିଶ୍ୱାଳଙ୍କର ଆଧ୍ୟାତ୍ମିକ ଜୀବନ ସଂପର୍କରେ ଅବଗତ କରାଇଥିଲେ। ଶିକ୍ଷାବିତ ଇଂ. ରାଜ କିଶୋର ସାହୁ ସ୍ୱର୍ଗତଃ ବିଶ୍ୱାଳଙ୍କ ଜୀବନ ଦର୍ଶନ ସଂପର୍କରେ ସୂଚନା ଦେବାକୁ ଯାଇ ତାଙ୍କ ହୃଦୟରେ କିଭଳି ମହନୀୟ ଗୁଣ ପରିପୂର୍ଣ୍ଣ ହୋଇଥିଲା, ତାହା ଦର୍ଶାଇଥିଲେ। ଏହି ଅବସରରେ ପ୍ରାକ୍ତନ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଘୁନାଥ ପାଢୀ ଏବଂ ପ୍ରାକ୍ତନ ପ୍ରଧାନଶିକ୍ଷକ ବାବାଜୀ ଚରଣ ପଣ୍ଡାଙ୍କୁ ସେମାନଙ୍କର ଜୀବନ ବ୍ୟାପୀ ସାଧନା ନିମିତ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବୀ ଅଜୟ କୁମାର ନାୟକ, କୈଳାଶ ଚନ୍ଦ୍ର ପଣ୍ଡା, ଡକ୍ଟର ମନୀନ୍ଦ୍ର ମହାନ୍ତି, ଗୋଲକ ବିହାରୀ ସାହୁ, ବୈଲୋଚନ ବେହୁରିଆ, ଶ୍ରୀହର୍ଷ ସ୍ୱାଇଁ ପ୍ରମୁଖ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସମାରୋହକୁ ଜୀତେନ୍ଦ୍ର କୁମାର ବିଶ୍ୱାଳ, ସୈାମେନ୍ଦ୍ର କୁମାର ବିଶ୍ୱାଳ, ପ୍ରଫୁଲ୍ଲ କୁମାର ମାଝୀ, ମନୋଜ କୁମାର ରାଉଳ, ପରମାନନ୍ଦ ସାହୁ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.