ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା କୋର୍ଟ ପରିସରରେ ୨୦୨୫ ମସିହାର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ସେପ୍େଟମ୍ବର ୧୩ ତାରିଖ ରେ ଅନୁଷ୍ଠିତ ହେବ। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକରଣ ସଚିବ ଶ୍ରୀ ପୁଣ୍ୟ ଶ୍ଲୋକ ରଥ ଏହି ସୂଚନା ଦେଇଛନ୍ତି। ବିଚାରପତିମାନେ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଉପସ୍ଥିତ ରହି ପଞ୍ଜୀକୃତ ହୋଇଥିବା ଦେୱାନି, ଫୌଜଦାରୀ, ପାରିବାରିକ, ମୋଟର ଯାନ ଦୁର୍ଘଟଣଆ, ବ୍ୟାଙ୍କ ଋଣ ଜନିତ ମାମଲା ଗୁଡ଼ିକର ଫଇସଲା କରିବେ ଓ ଦରିଦ୍ର, ଅବହେଳିତ ତଥା ଗ୍ରାମାଞ୍ଚଳର ଲୋକେ ଏହି ଅଦାଲତରେ ବିନା ମୂଲ୍ୟରେ ନ୍ୟାୟ ପାଇ ପାରିବେ। ଲୋକ ଅଦାଲତ ମାଧ୍ୟମରେ ଅସମାହିତ ମୋକଦ୍ଦମା ଗୁଡ଼ିକର ଫୈସଲା କରାଯିବ। ଏହାର ସୁବିଧା ଯେପରି ଲୋକମାନେ ପାଇ ପାରିବେ ଓ ଏହାର ପ୍ରଚାର ପ୍ରସାର ମାଧ୍ୟମରେ ଅଧିକରୁ ଅଧିକ ଲୋକ ଉପକୃତ ହୋଇ ପାରିବେ, ସେଥି ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଜନ ସାଧାରଣ କୌଣସି ଦ୍ୱନ୍ଦ ବା ଭୟଭୀତ ନ ହୋଇ ଏହାର ସୁଯୋଗ ନେବାକୁ କୁହା ଯାଇଛି। ଏହା ଦ୍ୱାରା ଲୋକ ଉପକୃତ ହୋଇ ପାରିବେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଶ୍ରୀ ପୂଣ୍ୟ ଶ୍ଲୋକ ରଥ ଆଶା ପୋଷଣ କରିଛନ୍ତି।






