Home କୋରାପୁଟ ସେଦାରାପୁ କାମି ହେଲେ ଫାଟୁସିନେରୀ ସରପଂଚ

ସେଦାରାପୁ କାମି ହେଲେ ଫାଟୁସିନେରୀ ସରପଂଚ

17

କୋରାପୁଟ ୧୪-୦୨(ଓଡିଆ ପୁଅ/ରଂଜନ ଦାସ) ଆନ୍ଧ୍ରପ୍ରଦେଶ ସରକାର ଦ୍ୱାରା ବେଆଇନ ଭାବେ  ବିବାଦୀୟ ଅଂଚଳରେ ଶନିବାର କରାଯାଇଥିବା ପଂଚାୟତ ନିର୍ବାଚନରେ ସେଦାରାପୁ କାମି(ହିମିରିକା) ଫାଟୁସିନେରୀ ସରପଂଚ ଭାବେ ନିର୍ବାଚିତ ହୋଇଛନ୍ତି ।  ସେଦାରାପୁ କାମି ତାଙ୍କ  ପ୍ରତିଦ୍ୱନ୍ଦୀ ସୀମାଂଚଳ ଦୋରାଙ୍କ ଠାରୁ  ୨୯୫ଟି ଭୋଟ ଅଧିକ ପାଇ ବିଜୟୀ ହୋଇଥିବା ଜଣାପଡିଛି । ବିବାଦୀୟ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ  ଦ୍ୱାରା ୩ଟି ପଂଚାୟତ ଗଠିତ ହୋଇଥିବାବେଳେ ଓଡିଶାର ୫ ଓ ଆନ୍ଧ୍ର ଅଧୀନରେ ଥିବା ୨ଟି ଗାଁକୁ ନେଇ ଫାଟୁସିନେରୀ ପଂଚାୟତ ଗଠନ କରାଯାଇଛି ।  ଫାଟୁସିନେରୀ ପଂଚାୟତରେ ୫୪୦ ମହିଳାଙ୍କ ସମେତ ୧୦୨୫ଜଣ ଭୋଟର ଥିବାବେଳେ  ଶନିବାର ଅନୁଷ୍ଠିତ ନିର୍ବାଚନରେ ୩୦୯ଜଣ ପୁରୁଷ ଓ ୩୦୬ଜଣ ମହିଳା ମତଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.