Home କେନ୍ଦୁଝର ସେଣ୍ଟ ଜାଭିୟର ସ୍କୁଲରୁ ବାଇକ ଓ ସିସି କେମେରା ଲୁଟ

ସେଣ୍ଟ ଜାଭିୟର ସ୍କୁଲରୁ ବାଇକ ଓ ସିସି କେମେରା ଲୁଟ

32

ହାଟଡ଼ିହି,୨୭ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)ନନ୍ଦିପଦା ଥାନା ଚଣ୍ଡୀବିରଞ୍ଜିପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ଗତକାଲି ରାତିରେ କେହି ଦୁର୍ବୁତ ସ୍କୁଲ ଭିତରେ ପସି ବିଦ୍ୟାଳୟରେ ଲାଗିଥିବା ସିସିଟିଭି କେମେରା ଗୁଡିକ ଲୁଟିନେବା ସହ ବାରଣ୍ଡାରେ ଥିବା ଏକ ବାଇକକୁ ଲୁଟି ନେଇଛନ୍ତି । ଏ ସମ୍ପର୍କରେ ବିଦ୍ୟାଳୟର ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ ନନ୍ଦିପଦା ଥାନାରେ ଲିଭିତ ଅଭିଯୋଗ କରିବାପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଗତକାଲି ରାତିରେ କିଛି ଦୁର୍ବୁତ ବିଦ୍ୟାଳୟ ଫାଟକର ତାଲାଭାଙ୍ଗି ଭିତରେ ପସିବାପରେ ଝରକାବାଟେ ଅଫିସ ଗୃହକୁ ପସି ଭିତରେଥିବା ସିସିଟିଭି କ୍ୟାମେରା, ରୋଟର, ମନିଟର ଚୋରିକରି ନେଇ ପଳାଇଥିଲେ । ଏପରିକି ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦିପ୍ତ କୁମାର ଦାସଙ୍କ ବାଜାଜ ପ୍ଲାଟିନା ବାଇକଟିକୁ ମଧ୍ୟ ଚୋରିକରି ନେଇ ଯାଇଥିଲେ । ଏତତ ବ୍ୟତିତ ବିଦ୍ୟାଳୟର ଅନ୍ୟ ସିସିଟିଭି କ୍ୟାମେରା ଗୁଡିକୁ ଭାଙ୍ଗି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.