Home ଓଡ଼ିଶା ସେଇ ବଉଳ ଗଛ ଗଛମୂଳେ ବସି ଅଭିଯୋଗ ଶୁଣିଲେ ସାଂସଦ ଅନୁଭବ

ସେଇ ବଉଳ ଗଛ ଗଛମୂଳେ ବସି ଅଭିଯୋଗ ଶୁଣିଲେ ସାଂସଦ ଅନୁଭବ

151

କେନ୍ଦ୍ରାପଡ଼ା ୭ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସର୍ବଦା ଚର୍ଚ୍ଚାରେ ରହୁଥିବା କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ମଙ୍ଗଳବାର ଗଛମୂଳେ ବସି ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଶୁଣି ଆଉ ଏକ ଚର୍ଚ୍ଚାର ପରିଦ୍ଧିକୁ ଆସିଛନ୍ତି। ସାଂସଦ ଶ୍ରୀ ମହାନ୍ତି ସାଧାରଣ ଲୋକଙ୍କ ସହ କଥା ହେବା ସହ ସେମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ସେହି ଗଛ ମୂଳରୁ ଫୋନ କରି ବିଭିନ୍ନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ଅପରାହ୍ନ ୪ଟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ବଉଳ ଗଛ ମୂଳରେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ବଉଳ ଗଛ ମୂଳେ କିଛି ଲୋକ ବସିଥିଲେ। ସେମାନେ ଜିଲ୍ଲା ପ୍ରଶାସନକୁ ସେମାନଙ୍କ ବିଭିନଦନ ସମସ୍ୟା ସମ୍ପର୍କରେ ଅଭିଯୋଗ କରିବା ପାଇଁ ଆସିଥିଲେ। କିନ୍ତୁ ହଠାତ ସେଠାରେ କେନ୍ଦ୍ରାପଡ଼ା ସାଂସଦ ଶ୍ରୀ ମହାନ୍ତି ପହଞ୍ଚିଯାଇଥିଲେ। ଲୋକଙ୍କ ସହ କଥା ହେବାରେ ସେମାନେ କହିଥିଲେ ଯେ ବିଭିନ୍ନ ସମସ୍ୟା ନେଇ ସେମାନେ ଜିଲ୍ଲା ପ୍ରଶାସନ ନିକଟକୁ ଦୀର୍ଘଦିନ ହେବ ଦୌଡୁଛନ୍ତି। କିନ୍ତୁ ସେମାନଙ୍କ ସମସ୍ୟା ସମାଧାନ ହେଉନାହିଁ। ଏହା ଶୁଣିବା ପରେ ସାଂସଦ ଶ୍ରୀ ମହାନ୍ତି ତୁରନ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ଫୋନ କରିଥିଲେ। ଏଥିସହ ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ। ଶ୍ରୀ ମହାନ୍ତି ଗଛମୂଳେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଜାଣିବା ପରେ ବିଭାଗୀୟ ଅଧିକାରୀମାନେ ହଡ଼ବଡେଇ ଯାଇଥିଲେ। ଏହି ଘଟଣାର ଫଟୋ ଓ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି। ସାଂସଦଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ବେଶ ପ୍ରସଂଶା କରାଯାଉଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.