Home ଅନୁଗୁଳ ସେଂଟଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତାଳଚେର ପକ୍ଷରୁ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ସେଂଟଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତାଳଚେର ପକ୍ଷରୁ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

206

ତାଳଚେର,୩୧/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ସେଂଟ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତାଳଚେର ପକ୍ଷରୁ ଆଜି କୋଭିଡ଼ ହସପିଟାଲର ପ୍ରଥମ ବ୍ୟାଚ୍ ର ଡାକ୍ତର,ନର୍ସ ଏବଂ ସଫେଇ କର୍ମଚାରୀମାନଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା କାର୍ଯ୍ୟ ନିମନ୍ତେ ଆଗ ଧାଡ଼ିର ଯୋଦ୍ଧାଭାବେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅନୁଷ୍ଠାନର ଡିଭିଜନ କମାଣ୍ଡର ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବ୍ରିଗେଡ଼ ସଦସ୍ୟମାନେ ତାଳଚେର କୋଭିଡ଼ ହସପିଟାଲରେ କାର୍ଯ୍ୟରତ ପ୍ରାୟ ୩୦ଜଣ ଡାକ୍ତର,ନର୍ସ ଏବଂ ସଫେଇ କର୍ମଚାରୀଙ୍କୁ ପୁଷ୍ପ ଏବଂ ଏବଂ ଉତରୀୟ ଦେଇ ସମ୍ବର୍ଦ୍ଧନା କରିବାସହ ସେମାନଙ୍କର ନିରାପଦ ଜୀବନ କାମନା କରିଥିଲେ । ପ୍ରକାଶ ଥାଉକି,ଉକ୍ତ କର୍ମଚାରୀ ମାନେ ତାଳଚେର କୋଭିଡ଼ ହସପିଟାଲରେ ସଂକ୍ରମିତମାନଙ୍କୁ ଚିକିତ୍ସାସେବା ଯୋଗାଇ ଦେଇଥିଲେ । ନିର୍ଦ୍ଧାରିତ ଡ୍ୟୁଟି କରିବାପରେ ୭ ଦିନ କ୍ୱାରେନଟାଇନରେ ରହିଥିଲେ । ଏବେ ସେମାନଙ୍କର ସ୍ୱାବ ରିପୋର୍ଟ ନେଗେଟିଭ ଆସିବାପରେ ସମସ୍ତେ ଏବେ ଘରକୁ ପ୍ରତ୍ୟାବର୍ତନ କରୁଛନ୍ତି । ନିଜ ଜୀବନକୁ ବିପନ୍ନରେ ପକାଇ ହସପିଟାଲରେ ଭର୍ତି କରୋନା ରୋଗୀଙ୍କୁ ସେମାନଙ୍କର ଦିବାରାତ୍ର ସେବାକାର୍ଯ୍ୟ ଯୋଗାଇ ଦେଇ ଜଣେ ଜଣେ ଆଗଧାଡ଼ିର କୋଭିଡ଼ ଯୋଦ୍ଧାଭାବେ ନିଜକୁ ପ୍ରତିପାଦିତ କରିଥିବାରୁ ସେଂଟ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତାଳଚେରର ଡିଭିଜନ କମାଣ୍ଡର ଶ୍ରୀ ସ୍ୱାଇଁ ଏବଂ ଅନ୍ୟାନ୍ୟ ବ୍ରିଗେଡ଼ ସଦସ୍ୟମାନେ ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ବିଦାୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଆମ୍ବୁଲାନ୍ସ ଅଫିସର ପଂଚୁ ସାହୁ,ବ୍ରିଗେଡ଼ ସଦସ୍ୟ ରଞ୍ଜିତ ସାହୁ,ଚନ୍ଦନ କୁମାର ପ୍ରଧାନ,ବୈକୁଣ୍ଠ ପ୍ରଧାନ,ଶ୍ରୀକ୍ରିଷ୍ଣା ସାହୁ, ଅଞ୍ଜନ ଶତପଥୀ,ଟିକନ ସାହୁ,ବିଭୁତି ଭୂଷଣ ମହାରଣା,ସରୋଜ କୁମାର ସାହୁ,ରାଜେନ୍ଦ୍ର ସାହୁ,ପ୍ରଦୀପ ପ୍ରଧାନ,ସତ୍ୟ ନାରାୟଣ ପ୍ରଧାନ,ଶୁଭକାନ୍ତ ସ୍ୱାଇଁ,ସମୀର କୁମାର ପ୍ରଧାନ,ବିଦ୍ୟାଧର ପ୍ରଧାନ,ଡିଲେଶ୍ୱର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.