ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଏନ ଏ ସି ନିକଟସ୍ତ କଲ୍ୟାଣ ମଣ୍ଡପ ଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ପ୍ରତିଶ୍ରୁତି ଅନୁଯାଇ ଯୁବକ ଙ୍କୁ ନିଯୁକ୍ତି ସୁଯୋଗ ର ସଫଳତା ନେଇ ଏକ ବୈଠକ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି।ସାଂସଦ ପ୍ରତିନିଧି ସରୋଜ ମହାପାତ୍ର ଙ୍କ ସଭାପତିତ୍ୱ ରେ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ନଗର ପ୍ରତିନିଧି କୈଳାସ ମହାପାତ୍ର,ବିଜେପି ଜିଲ୍ଲା ସଂପାଦକ ମନୋଜ କୁମାର ମଲ୍ଲିକ, ୧ ଓ ୭ ନମ୍ବର କାଉନସିଲର ଉତମ ମହାନ୍ତି, ସ୍ୱାଧୀନ ସୁନ୍ଦର ଦାସ,ବରିଷ୍ଟ ବିଜେପି ନେତା ଅରବିନ୍ଦ ପତି, ନଗର ସଭାପତି ପ୍ରଶାନ୍ତ ପରିଡ଼ା ପ୍ରମୁଖ ଯୋଗ ଦେଇ ଯୁବମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିର୍ବାଚନ ସମୟରେ ଯୁବକ ଙ୍କୁ ନିଯୁକ୍ତି ସୁଯୋଗ ଦେବାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଆଜି ତାହା ସଫଳ ହେବାକୁ ଯାଉଛି ।ଧାମନଗର ଏନ ଏ ସି ଅଂଚଳ ରେ ୫୫ ଜଣ ଯୁବକ ଯୁବତୀ ଙ୍କୁ ଚାକିରି ଦେଇ ଛନ୍ତି ବୋଲି କହିଥିଲେ । ଏହି ଅବସର ରେ ଚାକିରି ପାଇଥିବା କର୍ମଚାରି ମାନେ ଅତିଥି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ନିକଟରେ ଧାମନଗର ନଗର ରେ ନୂତନ ଭାବେ ନିର୍ବାଚିତ ହୋଇଥିବା ନଗର ସଭାପତି ପ୍ରଶାନ୍ତ ପରିଡ଼ା ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସଂପାଦକ ବିଜୟ କୁମାର ରାମ ଧନ୍ୟବାଦ ଅର୍ପଣ କରିଥିଲେ।