Home ଜିଲ୍ଲା ପରିକ୍ରମା ସୂଚନା ଫଳକ ଶୂନ୍ୟ ସରକାରୀ ପ୍ରକଳ୍ପ, ନିମ୍ନମାନର ରଡ ଓ ନାଲି ଇଟାରେ ଚାଲିଛି କାମ,...

ସୂଚନା ଫଳକ ଶୂନ୍ୟ ସରକାରୀ ପ୍ରକଳ୍ପ, ନିମ୍ନମାନର ରଡ ଓ ନାଲି ଇଟାରେ ଚାଲିଛି କାମ, କାହା ସ୍ୱାର୍ଥରେ ବଳି ପଡ଼ୁଛି ନିୟମ!

0
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ନିୟମକୁ ବେଖାତିର କରି ଧାମନଗର ଜଳ ସମ୍ପଦ ବିଭାଗ ଅଧୀନରେ ଚାଲିଛି ଏକ କୋଠା ନିର୍ମାଣ କାର୍ଯ୍ୟ। ଷେଣ୍ଢପୁର-ବେଦପୁର ଛକଠାରେ ସେଣ୍ଡପୂର ଜଳ ସେଚନ ବିଭାଗ ର କନିଷ୍ଟଯନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣ ରେ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ନେଇ ଅଭିଯୋଗ ହୋଇଛି। ସବୁଠାରୁ ବଡ କଥା ହେଲା ଏହି କୋଠା ନିର୍ମାଣ ସ୍ଥଳରେ କୌଣସି ସୂଚନା ଫଳକ ଲାଗି ନଥିବା ବେଳେ ପ୍ରକଳ୍ପର ବ୍ୟୟ ଅଟକଳ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ମୁହଁ ଖୋଲୁନାହାନ୍ତି। ଏଠାରେ ବେଆଇନ ଭାବେ ମାଟି ଇଟା ବା ପୋଡ଼ା ନାଲି ଇଟା ବ୍ୟବହାର କରାଯାଉଛି। ଉକ୍ତ ଅଂଚଳରେ ୧୦ ରୁ ଅଧିକ ପାଉଁଶ ଇଟା କାରଖାନା ଥାଇ ମଧ୍ୟ ନାଲି ଇଟା ବ୍ୟବହାର କରାଯିବା ବିଭାଗୀୟ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଖାଲି ଇଟା ନୁହେଁ, କୋଠାର ସ୍ଥାୟିତ୍ୱ କୁ ନେଇ ମଧ୍ୟ ଶଙ୍କା ପ୍ରକାଶ ପାଇଛି। ରାଜ୍ୟ ପୂର୍ତ ବିଭାଗର ୨୩ ଜୁନ୍ ୨୦୨୩ର ଚିଠି ସଂଖ୍ୟା ୧୦୪୬୬ ଅନୁସାରେ, ସରକାରୀ ପ୍ରକଳ୍ପରେ ନିର୍ଦ୍ଦିଷ୍ଟ ମାନର ଟିଏମଟି ରଡ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି। ବିଶେଷ କରି ସ୍ରିଷ୍ଟି ଟିଏମଟିର ୧୨ଏମ୍‌ଏମ୍ ଓ ୧୬ଏମ୍‌ଏମ୍ ରଡ୍ ବ୍ୟବହାର ପାଇଁ ଅନୁମତି ଥିବା ବେଳେ, ଏହି ପ୍ରକଳ୍ପରେ ନିୟମ ବାହାରେ ସ୍ରିଷ୍ଟି ଟିଏମଟିର ୮ ଏମଏମ୍ ଓ ୧୦ ଏମଏମ୍ ରଡ୍ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସ୍ୱାଗତ ଦାସ ଏ ସମ୍ପର୍କରେ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି।ସରକାରୀ ଅର୍ଥରେ ନିର୍ମାଣ ହେଉଥିବା କୋଠା ପାଇଁ କାହିଁକି ସୂଚନା ଫଳକ ଲଗାଯାଇ ନାହିଁ। କେଉଁ ଆଧାରରେ ନିୟମକୁ ଉଲ୍ଲଂଘନ କରି ନାଲି ଇଟା ଓ ନିମ୍ନମାନର ରଡ୍ ବ୍ୟବହାର କରାଯାଉଛି। ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ସ୍ଥାନୀୟ ଜନସାଧାରଣ ଏହାର ନିରପେକ୍ଷ ତଦନ୍ତ ସହ କାର୍ଯ୍ୟର ମାନ ତଦନ୍ତ ପାଇଁ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.