Home ଜିଲ୍ଲା ପରିକ୍ରମା ସୂଚନା ଅଧିକାର କର୍ମୀଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର ପାଇଁ ସ୍ମାରକ ପତ୍ର

ସୂଚନା ଅଧିକାର କର୍ମୀଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର ପାଇଁ ସ୍ମାରକ ପତ୍ର

47

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସୂଚନା ଅଧିକାର କର୍ମୀ ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ ଓ ତାଙ୍କ ସହଯୋଗୀ ଶ୍ରୀକାନ୍ତ ପାକଳ,ଜିତେନ୍ଦ୍ର ସାହୁଙ୍କ ବିରୁଦ୍ଧରେ ନାନାଦି ମିଥ୍ୟା ମକଦ୍ଦମା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରିବା ଓ ଜେଲ ପଠାଇବା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ବୃଦ୍ଧି ପାଇଛି । ଓଡ଼ିଶା ସୂଚନା ଅଧିକାର ଅଭିଯାନକୁ ମୁଳପୋଛ କରିବା ଅଭିସନ୍ଧି ରଖି ଏହି କାର୍ଯ୍ୟ କରାଯାଉଛି ବୋଲି ସ୍ମ୍‌ାରକୀ ପତ୍ରରେ ଉଲ୍ଲେଖ ରହିଛି । ଏଥି ସହିତ ଏହି ଅଭିଯାନ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ରୁଜ୍ଜୁ ହେଉଥିବା ମାମଲା ତୁରନ୍ତ,ନିରପେକ୍ଷ ତଦନ୍ତ ହେବା,ମିଥ୍ୟା ମାମଲା ବିରୁଦ୍ଧରେ କର୍ମକର୍ତ୍ତାମାନେ କରୁଥିବା ମାନହାନୀ ଏତଲାର ତୁରନ୍ତ ତଦନ୍ତ ଓ ପଂଜୀକରଣ କରିବା , ଯେଉଁ ସ୍ଥଳେ ସୂଚନା ଅଧିକାର ଓ ଲୋକାୟୁକ୍ତକୁ ଉପଯୋଗ କରି ଦୁର୍ନୀତି ବିରୁଦ୍ଧରେ ଲଢେଇ କରୁଥିବା ଅଭିଯାନର କୌଶସି କର୍ମୀ ବା ସାଧାରଣ ନାଗରିକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଆକ୍ରୋଶ ଓ ଆକ୍ରମଣର ଶରବ୍ୟ ହୋଇ ପୋଲିସର ଦ୍ୱାରସ୍ଥ ହେଉଛନ୍ତି,ସେପରି ସ୍ଥଳେ ସେମାନଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେବା,ସମସ୍ତ ନାଗରିକଙ୍କ ଅଭିଯୋଗକୁ ଆଇନ ମୁତାବକ ସମଦୃଷ୍ଟିରେ ବିଚାର କରିବା ପାଇଁ ପ୍ରତି ଥାନା ଓ ଫାଣ୍ଡିକୁ ପୋଲିସ ମହାନିର୍ଦ୍ଦେଶକଙ୍କ ଦପ୍ତରରୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ ନାମା ଜାରୀ କରାଯାଉ ଓ ନାଗରିକ ମାନଙ୍କ ଏତଲା ଗ୍ରହଣ,ପଂଜୀକରଣ ଉପରେ ମାର୍ଗଦର୍ଶନ ପାଇଁ ଉଦିଷ୍ଟ ସୂଚନାବଳୀକୁ ସୂଚନା ଅଧିକାର ଆଇନ ୨୦୦୫ ଧାରା ୪(୧-ବି) ଅଧିନରେ ସୁଦୃଶ୍ୟ ଭାବେ ବିଂଗ୍ୟାପିତ କରାଯାଉ ଆଦି ଦାବୀରେ ସ୍ମାରକ ପତ୍ର ପ୍ରକାଶ ଜେନା,ବିପ୍ଲବ ହୋତା,ରବିନ୍ଦ୍ର ଦାଶ,ସନ୍ତୋଷ ପରିଡ଼ା,ଅରୁଣ ମିଶ୍ର,ବିକାଶ ଧଳ,ରାଜେନ୍ଦ୍ର ବେହେରା,ରାମେଶ୍ୱର ଜେନା ଏବଂ ଅଶୋକ ସାହୁ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.