Home ଜିଲ୍ଲା ପରିକ୍ରମା ସୂଚନା ଅଧିକାର ଆଇନ୍‌କୁ ଫାଙ୍କୁଛନ୍ତି ସଂପାଦକ, କୋର୍ଟକୁ ଯିବାକୁ ପ୍ରସ୍ତୁତ ପ୍ରାକ୍ତନ ଦୁଇ ସରପଞ୍ଚ

ସୂଚନା ଅଧିକାର ଆଇନ୍‌କୁ ଫାଙ୍କୁଛନ୍ତି ସଂପାଦକ, କୋର୍ଟକୁ ଯିବାକୁ ପ୍ରସ୍ତୁତ ପ୍ରାକ୍ତନ ଦୁଇ ସରପଞ୍ଚ

38

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସରକାରଙ୍କ ସୂଚନା ଅଧିକାର ଆଇନ୍‌କୁ ସମସ୍ତେ ମାନୁଥିବା ବେଳେ ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ତିହିଡି ବ୍ଲକ୍‌ର ଅନ୍ୟତମ ସମବାୟ ସୋସାଇଟି ଗାନ୍ଧିନଗର ସମିତି ଏହାକୁ ଫୁ କରିଦେଇଛି । ଲକ୍ଷ ଲକ୍ଷ ଟଙ୍କାର ଜାଲିଆତିକୁ ଚାପି ଦେବା ପାଇଁ ଏହି ଆଇନ୍‌କୁ ଫାଙ୍କୁଛନ୍ତି ବୋଲି ସୂଚନା ମାଗିଥିବା ସ୍ଥାନୀୟ ଅଂଚଳର ଦୁଇଜଣ ସରପଞ୍ଚ ଏବେ କୋର୍ଟକୁ ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ସମବାୟ ସମିତିର ଗୋଟିଏ ଘର ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା । ନିର୍ମାଣ ବେଳେ ଏହା ୪ ଲକ୍ଷ ୧୧ ହଜାର ୭୩ ଟଙ୍କା ଖର୍ଚ୍ଚ ହୋଇଗଲା । ବାକି ୨ ଲକ୍ଷ ୧୧ ହଜାର ୭୩ ଟଙ୍କା ସମିତି ଫଣ୍ଡରୁ ଉଠାଯିବାକୁ ସମସ୍ତେ ସହଯୋଗ କରିଥିବାବେଳେ ଏହାକୁ ଫାଙ୍କି ୭ ଲକ୍ଷ ୩୦ ହଜାର ଟଙ୍କା ଉଠାଇ ନିଆଯାଇଛି ବୋଲି ଅଭିଯୋଗ ହୋଇଛି । ଏମ୍‌ବି ବ୍ଲକ୍ ୮୧୯ ବଳରେ ଏହି ତଥ୍ୟ ପଦାକୁ ଆସିଛି । ବାକି ୩ ଲକ୍ଷ ଟଙ୍କା ଉଠାଯାଇ କେଉଁଠି ଖର୍ଚ୍ଚ ହୋଇଛି, ତାହାର ହିସାବ ମାଗିବାରୁ ଏହାକୁ ଫାଙ୍କୁଛନ୍ତି ସଂପାଦକ । ବାରୋ ପଂଚାୟତରେ ଏହି ସମିତି ଅବସ୍ଥିତ ଥିବାରୁ ଏହାର ପୂର୍ବତନ ସରପଞ୍ଚ ଉଦ୍ଧବ ନାୟକ ଏବଂ ହରେକୃଷ୍ର ଜେନା ଏହା ଜାଣିବାକୁ ତଥ୍ୟ ମାଗିଥିଲେ ।

ସମବାୟ ସଂପାଦକ ଚାପରେ ପଡି ଆଇନ୍‌କୁ ଫାଙ୍କି ଦେଇ ଏହା ଦିଆଯାଇପାରିବ ନାହିଁ ବୋଲି ଉତ୍ତର ଫେରାଇଥିଲେ । ଏହା ବିରୋଧରେ ପୁଣି ଆବେଦନକାରୀ ଭଦ୍ରକ ଏଆରସିଏସ୍‌ଙ୍କୁ ପତ୍ର ଲେଖିବା ପରେ ଏଆରସିଏସ୍ ସତ୍ୟପ୍ରକାଶ ସେଠୀ ତାଙ୍କ ଚିଠି ନଂ ୨୪୧୧ ବଳରେ ଗାନ୍ଧିନଗର ସମବାୟ ସମିତିର ସଂପାଦକଙ୍କୁ ଆରଟିଆଇ ଆଇନ୍ ୨୦୦୫ ଅନୁସାରେ ତୁରନ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ମଧ୍ୟ ସେ ଏହାକୁ ଫାଙ୍କିବା ପରେ ପୁଣି ଆବେଦନକାରୀ ଶ୍ରୀ ଜେନା ଗାନ୍ଧିନଗର ସଂପାଦକ ଓ ଏଆରସିଏସ୍‌ଙ୍କୁ ଏହି ତଥ୍ୟ କାହିଁକି ମିଳୁନି ବୋଲି ଲେଖିବା ସହ କୋର୍ଟକୁ ଯିବାପାଇଁ ଚେତାବନୀ ଦେଇଛନ୍ତି । ଆବେଦନରେ ଗାନ୍ଧିନଗର ସମିତିରେ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ସମିତି ପାଣ୍ଠିରୁ କେତେ ଟଙ୍କା ଉଠାଣ ହୋଇଛି, ଉକ୍ତ ନିର୍ମାଣ କାର୍ଯ୍ୟର କେଶ୍ ରେକର୍ଡ ନକଲ ଆଦି ତଥ୍ୟ ମାଗିଥିଲେ ମଧ୍ୟ ତାହା ଦେବାକୁ ରାଜି ନୁହଁନ୍ତି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଜଣାପଡିଛି ଏହି ନିର୍ମାଣ କାର୍ଯ୍ୟ ସମିତିର ନିଜ ଲୋକ ସଂଯୁକ୍ତା ମଲ୍ଲିକଙ୍କ ନାମରେ କାର୍ଯ୍ୟାଦେଶ ଦେଇଛନ୍ତି ସଂପାଦକ । ଏପରିକି ୬ ଲକ୍ଷ ଟଙ୍କାର ଏଷ୍ଟିମେଟ୍ ଯନ୍ତ୍ରୀ କରିଥିବାବେଳେ ୪ ଲକ୍ଷ ୧୧ ହଜାର ।ଟଙ୍କା ଖର୍ଚ୍ଚ କରିଥିବା ତଥ୍ୟ ପଦାକୁ ଆସିଛି । ଏହି ଖର୍ଚ୍ଚରୁ ୨ ଲକ୍ଷ ବିଧାୟକ ପାଣ୍ଠି ଥିବାବେଳେ ବାକି ଅର୍ଥ ୨ ଲକ୍ଷ ୧୧ ସମିତିରୁ ଉଠାଯିବା କଥା । କିନ୍ତୁ ଅଧିକ ଅର୍ଥ ଉଠାଯାଇ ତୋଷରପାତ କରାଯାଉଛି ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି । କାହିଁକି ଯେ ସୂଚନା ଅଧିକାରକୁ ଫାଙ୍କୁଛନ୍ତି ସଂପାଦକ, ତାହା ପଚାରିଲେ ଉତ୍ତର ମିଳୁନି । କାଠଗଡାକୁ ଟାଣିବା ପାଇଁ ଏହି ଦୁଇ ଆବେଦନକାରୀ ପ୍ରସ୍ତୁତ ହେଉଥିବା ବେଳେ ଚାଷୀଙ୍କୁ ନେି ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.