Home ଜିଲ୍ଲା ପରିକ୍ରମା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ଗିରଫ ପ୍ରସଙ୍ଗ, ପ୍ରତିବାଦ କରି ଭଦ୍ରକ...

ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ଗିରଫ ପ୍ରସଙ୍ଗ, ପ୍ରତିବାଦ କରି ଭଦ୍ରକ ଜିଲ୍ଲା ସୂଚନା ସଂଗଠନର ବିକ୍ଷୋଭ

23

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ଗିରଫକୁ ପ୍ରତିବାଦ କରି ଭଦ୍ରକ ସୂଚନା ଅଧିକାର ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ପରେ ସଂଗଠନର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ନିସର୍ତ୍ତ ଖଲାସ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସଂଗଠନର ଦାବି ହେଲା ରାଜନୌତିକ ଉଦ୍ଦେଶ୍ୟ ରଖି ଶ୍ରୀ ପ୍ରଧାନଙ୍କୁ ମିଥ୍ୟା ମୋକଦ୍ଦମାରେ ସମ୍ପୃକ୍ତି କରାଇ ଗିିରଫ କରାଯିବା ଘଟଣାକୁ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା । ସୂଚନା ଅଧିକାର ଆଇନ ବଳରେ ୨୦୦୫ ମସିହାରୁ ରାଜ୍ୟରେ ଚାଲିଥିବା ଖଣି, ଜମି, ଚିଟ୍‌ଫଣ୍ଡ, ଡ଼ାଲି ଓ ମେଧାବୃତ୍ତି ସ୍କାମ୍‌ର ପର୍ଦାଫାସ୍ କରାଯାଇଛି । ସାରା ରାଜ୍ୟରେ ସୂଚନା ଅଧିକାର ଆନ୍ଦୋଳନକୁ ତୃଣମୂଳ ସ୍ତରରେ ସଂଗଠିତ କରି ଲୋକଙ୍କୁ ସଚେତନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଭଦ୍ରକ ଶାଖାର ମୁଖ୍ୟ ବିଶ୍ୱକେଶରୀ ମହାନ୍ତି ମତପ୍ରକାଶ କରିଛନ୍ତି । ଅପରପକ୍ଷରେ ଶ୍ରୀ ପ୍ରଧାନ ଏକ ମାମଲାରେ କୌଣସି ସମ୍ପୃକ୍ତି ନ ଥିଲେ ମଧ୍ୟ ତାଙ୍କୁ ଯୋଜନାବଦ୍ଧ ଭାବେ ଫସାଯାଇଛି । ଏଣୁ ତାଙ୍କୁ ନିସର୍ତ୍ତ ଖଲାସ କରିବା ପାଇଁ ଭଦ୍ରକ ଜିଲ୍ଲା ସୂଚନା ଅଧିକାର ସଂଗଠନ ପକ୍ଷରୁ ଏହି ଦାବିପତ୍ର ଜରିଆରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.