Home ଜିଲ୍ଲା ପରିକ୍ରମା ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ଆୟୁର୍ବେଦ ଅମୋଘ ଅସ୍ତ୍ର

ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ଆୟୁର୍ବେଦ ଅମୋଘ ଅସ୍ତ୍ର

134

ପୁରୀ, ୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ଆୟୁର୍ବେଦ ହେଉଛି ଅମୋଘ ଅସ୍ତ୍ର। ବିଶିଷ୍ଟ ଆୟୁର୍ବେଦ ଚିକିତ୍ସା ବିଜ୍ଞାନୀ ସୁଶୃତ, ଚରକ, ବାଗ୍ ଭଟ ଆଦି ମୁନି ଗଣ ସୁସ୍ଥ ଓ ନିରାମୟ ଜୀବନ ଯାପନ କରି ଶତାୟୁ ହେବାର କୌଶଳ ଅତି ସରଳ ଭାବେ ବର୍ଣ୍ଣନା କରିଛନ୍ତି। ଉପଯୁକ୍ତ ପରିମାଣର ଜଳପାନ, ବିଶ୍ରାମ, ବ୍ୟାୟାମ ସହ ସାତ୍ତ୍ୱିକ ଆହାର ବିହାର ଦ୍ୱାରା ଜଣେ କିଭଳି ସୁସ୍ଥ ଭାବେ ବଞ୍ଚିବ ଉଦାହରଣ ସହ ବୁଝାଇଥିଲେ ଝାଞ୍ଜପୀଠା ମଠ ମହନ୍ତ ବାବାଜି ସଚ୍ଚିଦାନନ୍ଦ ଦାସ ମହାରାଜ। ଝାଞ୍ଜପୀଟା ମଠ ପରିସରରେ ଓଡ଼ିଶା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ନିରାମୟ ଜୀବନ ପାଇଁ ଆୟୁର୍ବେଦ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାବାଜି ସଚ୍ଚିଦାନନ୍ଦ ଏହା କହିଥିଲେ। ଅନୁଷ୍ଠାନର ସଭାପତି ଡ଼ା ସ୍ୱପ୍ନେଶ୍ୱର ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସଭାପତି ଡ଼ା.ପଣ୍ଡା କହିଲେ ପ୍ରାଚୀନ ଆୟୁର୍ବେଦ ବିଶେଷଜ୍ଞମାନେ ଋତୁଚର୍ଯ୍ୟା, ରାତ୍ରିଚର୍ଯ୍ୟା, ଦିନଚର୍ଯ୍ୟା ନେଇ ଅନେକ ଉପାଦେୟ ତଥ୍ୟ ଦେଇଯାଇଛନ୍ତି। ପ୍ରାତଃ ଶର୍ଯ୍ୟା ତ୍ୟାଗ, ଅଳ୍ପ ଭୋଜନ, ପ୍ରଚୁର ଜଳପାନ, ପ୍ରାତଃ ଭ୍ରମଣ, ସ୍ୱଚ୍ଛ ପରିବେଶ, ଓ ସାତ୍ୱିକ ଆହାର, ଈଶ୍ୱର ଚିନ୍ତନ ଓ ଗୁରୁଜନଙ୍କୁ ସମ୍ମାନ ପ୍ରଦର୍ଶନ ଦ୍ୱାରା ମାନସିକ ଶାନ୍ତି ଓ ସୁସ୍ଥ ଜୀବନଯାପନ ସହ ସୁସ୍ଥ ସମାଜ ଗଠନ ହୋଇପାରିବ। ସମ୍ପାଦକ ପ୍ରଫେସର ଡ଼ା.ନାରାୟଣ ମହାନ୍ତି ପରିଷଦର ଜନସେବା କାର୍ଯ୍ୟର ବିବରଣୀ ଦେଇଥିଲେ। ଅଧ୍ୟାପକ ଡ଼ା. ନୀଳମଣୀ ସ୍ୱାଇଁ କହିଥିଲେ ଗତ ୪ ବର୍ଷରେ ପ୍ରାୟ ୨ହଜାର ରୋଗୀଙ୍କ ମାଗଣା ଚିକିତ୍ସା କରାଯାଇଛି। ଆୟୁର୍ବେଦ ବିଶେଷଜ୍ଞ ଅଧ୍ୟାପକ ଡ଼ା. ତାରାକାନ୍ତ ମିଶ୍ର, ଅବସରପ୍ରାପ୍ତ ମୁଖ୍ୟ ଜିଲା ଚିକିତ୍ସା ଅଧିକାରୀ କେଦାର ପ୍ରସାଦ ନାୟକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷାନୁଷ୍ଠାନରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରୀ ଧନ୍ୱନ୍ତରୀ ଜୟନ୍ତୀ ଓ ଚତୁର୍ଥ ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ପାଳନ ଅବସରରେ ଡ଼ା ଯଜ୍ଞେଶ୍ୱର ନାଥ, ପ୍ରଫେସର ଡ଼ା କାମଦେବ ଦାସ, ଡ଼ା.ବିଭୁତି ଭୂଷଣ ମହାପାତ୍ର, ପ୍ରଫେସର ଡ଼ା ମହେଶ୍ୱର ଦାଶ, ପ୍ରଫେସର ଡ଼ା ରାଜୀବଲୋଚନ ଦାଶ, ଡ଼ା ରାମକୃଷ୍ଣ ମିଶ୍ର, ଡ଼ା ମୀନାକୁମାରୀ ମହାପାତ୍ର, ଡ଼ା. ବିପିନାନନ୍ଦ ମିଶ୍ରଙ୍କ ସମେତ ଶତାଧିକ ବରିଷ୍ଠ ନାଗରିକ ଆଲୋଚନାଚକ୍ରରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.